27.1 C
Bhubaneswar
Thursday, April 25, 2024
Homeଓଡିଶାଗର୍ଭବର୍ତ୍ତୀ ସ୍ତ୍ରୀ ମୁଣ୍ଡରେ ହେଲମେଟ ନଥିବାରୁ ସ୍ୱାମୀକୁ 4ଘଣ୍ଟା ଥାନାରେ ଅଟକ

ଗର୍ଭବର୍ତ୍ତୀ ସ୍ତ୍ରୀ ମୁଣ୍ଡରେ ହେଲମେଟ ନଥିବାରୁ ସ୍ୱାମୀକୁ 4ଘଣ୍ଟା ଥାନାରେ ଅଟକ

ମୟୁରଭଞ୍ଜ : ଗର୍ଭବର୍ତ୍ତୀ ସ୍ତ୍ରୀ ମୁଣ୍ଡରେ ହେଲମେଟ ନଥିବାରୁ ସ୍ୱାମୀକୁ 4ଘଣ୍ଟା କାଳ ଥାନାରେ ଅଟକ ରଖିଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଂଚଳରେ । ସକାଳ 9ଟା ସମୟରେ ଶରତ ଥାନା ଅଂଚଳରେ ହେଲମେଟ ଚେକିଂ କରାଯାଉଥିଲା । ସେହି ରାସ୍ତା ଦେଇ ଶରତ ଥାନା ଅନ୍ତର୍ଗତ ନୋଟ ପଂଚାୟତ ର ଆଦିବାସୀ ଜନଜାତି ହୋ ସମ୍ପ୍ରଦାୟର ବିକ୍ରମ ବିରୁଲି ତାଙ୍କ 8ମାସର ଗର୍ଭବର୍ତ୍ତୀ ସ୍ତ୍ରୀ କୁ ନେଇ ପ୍ରତିମାସ ଭଳି ଉଦଳା ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ନେଉଥିଲେ ।, ହେଲେ ବିକ୍ରମ ବିରୁଲି ହେଲମେଟ   ଓ ମାସ୍କ ପିନ୍ଧି ଥିବା ବେଳେ ସ୍ତ୍ରୀ ଗୁରୁବାରୀ ବିରୁଲି ମାସ୍କ ମଧ୍ୟ ପିନ୍ଧିଥିଲେ ହେଲେ ସ୍ତ୍ରୀ ଗର୍ଭବତୀ ଥିବାରୁ ତାଙ୍କୁ ହେଲମେଟ ପିନ୍ଧାଇ ନଥିଲେ କାରଣ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା । ହେଲେ କାହିଁକି ହେଲମେଟ ପିନ୍ଧିନି କହି ପୋଲିସ ରସିଦ କାଟିଲେ ।  ପାଖରେ ପଇସା ନଥିବାରୁ ଅନ ଲାଇନ ରେ ପୈଠ ନିମନ୍ତେ ସ୍ୱାମୀ ବିକ୍ରମ ପୋଲିସକୁ ଅନୁରୋଧ କରିଥିଲେ । ହେଲେ ପୋଲିସ ସାଙ୍ଗେ ସାଙ୍ଗେ ଦେବାକୁ ବାଧ୍ୟ କରିଥିଲା ।, ଯଦି ପଇସା ନଦେବୁ ଯାଇପାରିବୁନାହିଁ ବୋଲି ସିଧା ମନାକରିଥିଲା,। ସାଙ୍ଗରେ ଗର୍ଭବତୀ ସ୍ତ୍ରୀ ଅଛି କହିବାପରେ ମଧ୍ୟ ପୋଲିସ ଜାଣି ଚୁପ ରହିଥିଲା, । ପୋଲିସ ଏବଂ ବିକ୍ରମଙ୍କ ଭିତରେ କଥା କଟା କଟି ହେବାରୁ ପୋଲିସ ଗର୍ଭବର୍ତ୍ତୀ ମହିଳାଙ୍କୁ ରାସ୍ତାରେ ଛାଡି ସ୍ୱାମୀକୁ ଥାନାରେ 4ଘଣ୍ଟା ଧରି ଅଟକ ରଖିବା ସହିତ ଗାଡି, ମୋବଇଲ ଛଡାଇ ନେଲେ ଓଆଇସି ରୀନା ବକ୍ସଲା, । ଥାନାକୁ ଗର୍ଵବର୍ତ୍ତୀ ଗୁରୁବାରୀ ବିରୁଲି ଚାଲି ଚାଲି ଗଲେ 3କିଲୋମିଟର । ସେପଟେ ଏସ୍ଡିପିଓ ଙ୍କୁ ଦୁଇ ଦମ୍ପନ୍ତି ଓଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ ଅଭିଯୋଗ କରିଛନ୍ତି।, ଏଭଳି ଘଟଣା ସାଧାରଣରେ ଚର୍ଚାରେ ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking