27.1 C
Bhubaneswar
Friday, March 29, 2024
Homeଓଡିଶାବନବିଭାଗର ଅପାରଗତା ବିରୋଧରେ "ଭଞ୍ଜସେନା" ପକ୍ଷରୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବନବିଭାଗର ଅପାରଗତା ବିରୋଧରେ “ଭଞ୍ଜସେନା” ପକ୍ଷରୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ମୟୂରଭଞ୍ଜ : ବନାଗ୍ନି କବଳରେ ସାରା ଶିମିଳିପାଳ ଜଳୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ମୟୂରଭଞ୍ଜ ବନବିଭାଗ। ପ୍ରଥମରୁ ବିଭାଗୀୟ ଅବହେଳା କାରଣରୁ ଆଜି ଶିମିଳିପାଳର ଅଧିକାଂଶ ଅଞ୍ଚଳ ଜଳି ଛାରଖାର ହୋଇଗଲାଣି। ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ବନ୍ୟଜୀବଜନ୍ତୁଙ୍କ ଜୀବନଚକ୍ର ବ୍ୟାପକ ପ୍ରଭାବିତ ହୋଇଛି । ଯାହାକୁ ବିରୋଧ କରି ମୟୂରଭଞ୍ଜର ଜାଗ୍ରତ ପ୍ରହରୀ କୁହାଯାଉଥିବା ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ତେବେ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇ ପରେ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାରକୁନେଇ ୧୨ଘଣ୍ଟା ପରିବର୍ତ୍ତେ ୯ଘଣ୍ଟିଆ ବନ୍ଦ କରି ସକାଳ ୬ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦଜାରୀ ରହିବ। ଆଉ ଏହି ବନ୍ଦକୁ ସମର୍ଥନ କରିଛି ଜିଲ୍ଲା କଂଗ୍ରେସ କମିଟି ସହ ଅନ୍ୟାନ୍ୟ କିଛି ଛାମୁଆ ସଂଗଠନ।

ଆଜି ସକାଳୁ ଭଞ୍ଜସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯିବା ସହ ନିଆଁ ଜାଳି ରାଜରାସ୍ତା ଅବରୋଧ କରାଯାଇଛି। ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡିମଟର ଏବଂ ବସ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବାର ଦେଖିବାକୁ ମିଳିଛି । ସେହିପରି ଜାତୀୟ ରାଜପଥ ୧୮ ଓ ୪୯ ନଂ ରେ ବହୁ ସଂଖ୍ୟାରେ ଗାଡ଼ି ମଟର ଅଟକ ରଖିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ଉପଖଣ୍ଡରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଶିମିଳିପାଳର ଏଭଳି ପରିସ୍ଥିତି ପାଇଁ ମୟୂରଭଞ୍ଜ ବନବିଭାଗର ବେପରୱା ଏବଂ ଖାମଖିଆଲି ମନୋଭାବକୁ ଦାୟିକରି ଭଞ୍ଜସେନା ପକ୍ଷରୁ ବିଭାଗୀୟ ଉପ-ନିର୍ଦ୍ଦେଶକଙ୍କ ବଦଳି ଦାବି କରାଯାଇଛି। ତେବେ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମି ଦିନରେ ଆନ୍ଦୋଳନକୁ ତିବ୍ରତର କରାଯିବା ସହିତ ବିଭାଗୀୟ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛି ଭଞ୍ଜସେନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking