31.1 C
Bhubaneswar
Friday, March 29, 2024
Homeଅପରାଧହତ୍ୟା ଅଭିଯୋଗକୁ ଭିତ୍ତିକରି ଜୁଇରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କଲା ପୋଲିସ

ହତ୍ୟା ଅଭିଯୋଗକୁ ଭିତ୍ତିକରି ଜୁଇରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କଲା ପୋଲିସ

ମୟୂରଭଞ୍ଜଜ(ଘାସିରାମ ବେହେରାା) : ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଖପରାସାହିରେ ଅଘଟଣ । ଗତକାଲି ଗୁରୁବାର ଦିନ ରରୁଆଁ ଥାନା ଅନ୍ତର୍ଗତ ଖପରା ସାହିରେ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଦ୍ୱାରା ଜବତ । ସୂଚନା ଅନୁଯାୟୀ ଉଜଳ ଗାଗରାଇ (୪୭) ନାମକ ଜନୈକ ବ୍ୟକ୍ତିଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁକୁ ନେଇ କେହି ଅଜଣା ବ୍ୟକ୍ତି ପୋଲିସକୁ ହତ୍ୟା ହଇଥିବାନେଇ ଫୋନରେ ଜଣାଇବା ପ୍ରାପ୍ତ ସୂଚନାକୁ ଆଧାର କରି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଦ୍ଵାରା ଜଳନ୍ତା ଜୁଇନିଆଁକୁ ଆୟତ୍ତ କରିବା ସହ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି ପୋଲିସ । ସୂଚନା ଯେ ବୁଧବାର ବିଳମ୍ବିତ ରାତିରେ ଦୁଇ ଜଣ ଅଜଣାବ୍ୟକ୍ତି ଉଜଳକୁ ନିଜ ଘର ଖପରାସାହିରେ ଆଣି ଛାଡି ଯିବା ପରେ ଆଜି ସକାଳୁ ମୃତଦେହ ମିଳିଥିଲା ଯାହାକୁ ନେଇ ଲୋକ ହତ୍ୟା ସନ୍ଦେହ କରିଥିଲେ ବି ଗ୍ରାମବାସୀମାନଙ୍କ ସାହାଯ୍ୟରେ ପୋଡି ଦେଉଥିଲେ । ତେବେ ରରୁଆଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜୁଇନିଆଁକୁ ଆୟତ୍ତ କରି ତଦନ୍ତ କରୁଛି । ତେବେ ଆଜି ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନି କୁକୁର ପହଞ୍ଚି ଅଧିକ ତଦନ୍ତ ଜାରିରଖିଥିଲା ବେଳେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟବିକାଶ ଭୁଆଁ , ରରୁଆଁ ଆଇ ଆଇ ସି ଦିବ୍ୟକାନ୍ତି ଲାକ୍ରା ଉପସ୍ଥିତ ଥିଲେ । ତେବେ ଏହା ହତ୍ୟା ନା ସ୍ୱାଭାବିକ ମୃତ୍ୟୁ ସେନେଇ କୌଣସି ସୂଚନାମିଳିନଥିବା ବେଳେ ଶବ ବ୍ୟବଚ୍ଛେଦ ପରେହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଇଆଇସି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking