26.1 C
Bhubaneswar
Friday, March 29, 2024
Homeଓଡିଶାବିଜେଡିର ଖେଳ ରାଜନୀତି, ଉନ୍ମୋଚନ ହେଲା ମୟୂରଭଞ୍ଜ ପ୍ରିମିଅର ଲିଗର ଲୋଗୋ 

ବିଜେଡିର ଖେଳ ରାଜନୀତି, ଉନ୍ମୋଚନ ହେଲା ମୟୂରଭଞ୍ଜ ପ୍ରିମିଅର ଲିଗର ଲୋଗୋ 

ମୟୂରଭଞ୍ଜ(ଘାସିରାମ ବେହେରା)  ଜିଲ୍ଲାର ଯୁବଗୋଷ୍ଠୀ ରୋଜଗାର ଖୋଜୁଥିବା ବେଳେ ତାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଜୁ ଜନତା ଦଳ ଆପଣାଇଛି ନୂଆ ରଣକୌଶଳ। ଆଗାମୀ ପଞ୍ଚାୟତ ଓ ପୋୖରନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ଆରମ୍ଭ କରିଛି ଖେଳ ରାଜନୀତି। ଏଥିପାଇଁ ଆଜି ବାରିପଦା ସହରରେ ଏକ ସାମ୍ବାଦିକ ସମମ୍ମିଳନୀ ମାଧ୍ୟମରେ ବିଧିବଦ୍ଧ ଭାବେ ବିଜେଡି ପକ୍ଷରୁ ଏମପିିଏଲର ଲୋଗୋ ଏବଂ ଯର୍ଶୀ ଉନ୍ମଚନ କରାଯାଇଛି। ଏଥିରେ ଫୁଟବଲ ଓ କ୍ରିକେଟ ଉଭୟ ଖେଳକୁ ନେଇ ଆୟୋଜନ କରାଯାଇଛି।ଏହା ଆଗାମୀ 30 ତାରିଖରୁ ଆରମ୍ଭ ହୋଇ ଫେବୃଆରୀ 6 ତାରିଖ  ଯାଏଁ ପ୍ରତି ବ୍ଲକରେ ଆୟୋଜିତ ହେବ। ଫେବୃଆରୀ 8 ତାରିଖରୁ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ବିଜୟ ଲାଭ କରିଥିବା ଦଳ ଗୁଡିକୁ ନେଇ ବାରିପଦା ଓ ରାଇରଙ୍ଗପୁର ଠାରେ ସେମିଫାଇନାଲ ଓ ଫାଇନାଲ ଖେଳା ଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଜିଲ୍ଲାର 26 ଟି ବ୍ଲକରୁ 8 ଟି ଲେଖାଏଁ ଫୂଟବଲ ଓ କ୍ରିକେଟ ଟିମ ଅଂଶ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ସଭାପତି ବ୍ୟମକେଶ ରାୟ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପ୍ରଣବ ବଳବନ୍ତ ରାଏ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲାର ସାଂସଦ, ବିଧାୟକ ଏବଂ ତୁଙ୍ଗ ନେତାମାନେ ଉପସ୍ଥିତ ରହିଥିଲେ। ସେପଟେ ବିଜୁଛାତ୍ର ଓ ଯୁବଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଏହି ଖେଳ ଜିଲ୍ଲାର ରାଜନୀତିକୁ ସରଗରମ କରିଥିବା ବେଳେ ନେତାମାନଙ୍କର ଏହି ଅଭିନବ ପ୍ରୟାସ ସଙ୍ଗଠନ ପାଇଁ ଆଗାମୀ ଦିନରେ କେତେ ଫଳପ୍ରଦ ହେବ ତାହାର ଜବାବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରୁ ସ୍ପଷ୍ଟ ସଂକେତ ମିଳିବ। ପ୍ରକାଶଯୋଗ୍ୟ ଅତୀତରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭା ଆସନ ବିଜେଡି ଅକ୍ତିଆରକୁ ଯାଇଥିଲା ବେଳେ ଧୀରେ ଧୀରେ ବିଜେଡି ହାତରୁ ଖସି ଯାଇଛି ଅନେକ ଆସନ। ଯାହା ଚିନ୍ତାରେ ପକାଇଛି ବିଜେଡ଼ିକୁ। ତେଣୁ ପୂର୍ବ ସ୍ଥିତିକୁ ଫେରିବା ଲକ୍ଷ୍ୟରେ ଆରମ୍ଭ କିରିଛି ନୂଆ ଗେମପ୍ଲାନ। ଅନ୍ୟପଟେ ମୟୂରଭଞ୍ଜ ରାଜନୀତିକୁ ଦେଖିଲେ ଗତ ବିଧାନସଭା ନିର୍ବାଚନକୁ ଦେଖିଲେ ପ୍ରାୟତଃ ସହର ସାଙ୍ଗକୁ ସହରର ପ୍ରଭାବ ରହୁଥିବା ଅଞ୍ଚଳ ଗୁଡ଼ିକ ବିଜେପି ସପକ୍ଷରେ ଯାଇଥିଲା ବେଳେ ଗ୍ରାମାଞ୍ଚଳ ବିଜେଡି ସପକ୍ଷରେ ଯାଇଥିଲା। ଏପରିସ୍ଥଳେ ଗ୍ରାମାଞ୍ଚଳ ନେତୃତ୍ୱକୁ ଦଳୀୟ ପଦପଦବୀରେ ଥଇଥାନ ଦିଗରେ ଗୁରୁତ୍ୱ ପ୍ରଦାନ କରିବା ବଦଳରେ ହାତରୁ ଖସୁଥିବା ସହରକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ଗ୍ରାମାଞ୍ଚଳ ନେତୃତ୍ୱ ଉପେକ୍ଷିତ ହେଉଥିବା ଅଭିଯୋଗକୁ ନେଇ ଅଭିମାନ ଲାଗିରହିଥିବା ଲକ୍ଷ୍ୟ କରାଯାଉଛି। 

ମୟୂରଭଞ୍ଜ ରାଜନୀତି ମୟୂରଭଞ୍ଜିଆ ନେତୃତ୍ବରେ ବିଶ୍ବାସର ସହ ଛାଡି ସାଂସଦ, ବିଧାୟକ, ମନ୍ତ୍ରୀଙ୍କୁ ସଙ୍ଗଠନ ମାଧ୍ୟମରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ଖେଳକୁଦ ଯୋଡିଲେ କିଛିଟା ସ୍ଥିତିରେ ପରିବର୍ତ୍ତନର ସମ୍ଭାବନା ରହୁଥିବା ରାଜନୀତି ତଥ୍ୟ|ଭିଜ୍ଞ ମହଲରେ ହେଉଥିବା ଆଲୋଚନାରୁ ଜଣାଯାଏ। ନଚେତ ଯଥା ପୂର୍ବବଂ ତଥା ପରଂ ଅବସ୍ଥା ଦୋହରିବା ବିଚିତ୍ର ନୁହେଁ ବୋଲି ଆଲୋଚନା ମଧ୍ୟ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଉଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking