ଗୋରୁବୋଝଇ କଣ୍ଟେନର ଓ ମାଲବାହୀ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା

 ମୟୁରଭଞ୍ଜ : ଜିଲ୍ଲାର ଯଶିପୁର ଥାନା, କୃପାଢ଼ାବା ନିକଟରେ କଲିକତା ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ କଣ୍ଟେନର WB11EO213 ସହିତ ଏକ ମାଲବାହୀ ଟ୍ରକ ODO9N0195 ସହିତ ମୁହାଁମୁହିଁ ଧକ୍କା। ଖବରରୁ ଜଣାଯାଏ ଏହି କଣ୍ଟେନରରେ 52 ଗୋଟି ଗୋରୁ ଥିଲେ। ଦୁର୍ଘଟଣା ପରେ ଗୋରୁ ଚାଲାଣକାରୀ ମାଫିଆମାନେ ଅନ୍ୟ ଏକ ଗାଡ଼ିରେ ଗୋରୁ ଗୁଡ଼ିଙ୍କୁ ଲୋଡ଼ କରି କେନ୍ଦୁଝର ଆଡକୁ ନେଇଯାଇଥିଲେ। ଦୁଇଟି ଆହତ ଗୋରୁଙ୍କୁ ଅସହାୟ ଅଵସ୍ଥାରେ ଘଟଣାସ୍ଥଳରେ ଛାଡି ପଳାଇଥିବା ଦେଖିବାକୁ ମିଳିଛି। ଘଟଣା ପ୍ରଚାର ହେବାରୁ ଯଶିପୁର ଗୋ-ସୁରକ୍ଷା ସମିତିର  କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଂଚି ଆହତ ଗୋରୁମାନଙ୍କୁ ଉଦ୍ଧାର କରି ସେବା ଶୁଶ୍ରୁଷା କରିଥିଲେ। ଖବରପାଇ ଯଶିପୁର ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଗାଡି ଗୁଡିକୁ ଥାନାକୁ ଆଣି ଏକ କେଶ  90/20 ରଜୁ କରି ତଦନ୍ତ ଜାରି ରଖିଛି। ତେବେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।

ବିଧବା ଏବଂ ତାଙ୍କ ପରିବାର କୁ ନିସ୍ତୁକ ମାଡ଼