27.1 C
Bhubaneswar
Thursday, March 28, 2024
Homeଓଡିଶାଅଜଣା ଗାଡ଼ି ଧକ୍କାରେ ହରିଣ ମୃତ

ଅଜଣା ଗାଡ଼ି ଧକ୍କାରେ ହରିଣ ମୃତ

ମୟୂରଭଞ୍ଜ : ଅଜଣା ଗାଡି ଧକ୍କାରେ ହରିଣର ମୃତ୍ୟୁ। ୧୮ ନଂ ଜାତୀୟ ରାଜପଥ କଳାବାଡ଼ିଆ ନିକଟରେ ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ହରିଣର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।ଖବରପାଇ କୁଳିଅଣା ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହରିଣର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇବାର ବ୍ୟବସ୍ଥା କରୁଛନ୍ତି। ଅନ୍ୟପଟେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ହରିଣଟି କୁଆଡ଼ୁ ଏବଂ କେମିତି ଆସିଲା ଜଣାପଡି ନାହିଁ। ତେବେ ଦିନକୁଦିନ ଜଙ୍ଗଲ କ୍ଷୟ ହେବା ଫଳରେ ଜଙ୍ଗଲି ଜୀବଜନ୍ତୁ ଏବେ ଗାଁ ମୁହାଁ ହେଉଥିବାରୁ ତାଙ୍କର ଜୀବନ ସଙ୍କଟାପନ୍ନ ହେବା ସହିତ ଏହା ପରିବେଶ ପାଇଁ ମଧ୍ୟ ବିପଦ ସୃଷ୍ଟି କରିବ ନିଶ୍ଚୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking