40.1 C
Bhubaneswar
Wednesday, April 24, 2024
HomeUncategorizedଦିବ୍ୟାଙ୍ଗ ପାଇଁ ପେନସନ, ପକ୍କାଘର ଓ ଚାଉଳ ସାତସପନ

ଦିବ୍ୟାଙ୍ଗ ପାଇଁ ପେନସନ, ପକ୍କାଘର ଓ ଚାଉଳ ସାତସପନ

ମୟୁରଭଂଜ: ଉପେକ୍ଷିତ ହୋଇ ଦୁର୍ବିସହ ଜୀବନ ବିତାଉଛି ଦିବ୍ୟାଙ୍ଗ। ସରକାର ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟକାରୀ କରୁଛନ୍ତି ସ୍ୱତନ୍ତ୍ର ଯୋଜନା। ଏହାସତ୍ତ୍ୱେ ବି ମିଳୁନି ଭତ୍ତା, ଚାଉଳ କିମ୍ବା ବିଜୁପକ୍କାଘର। ଅନ୍ୟପଟେ ଶତପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସବୁପରେ ଦିବ୍ୟାଙ୍ଗଙ୍କ ପରିବାର ଲୋକେ ଅସହାୟ ଭତ୍ତା ଏବଂ ସରକାରୀ ଚାଉଳ ପାଇବା ପାଇଁ ପଞ୍ଚାୟତ ଅଧିକାରୀ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପାଖକୁ ଦଉଡି ଦଉଡି ଅଯଥା ଖର୍ଚ୍ଚାନ୍ତ ହେଲେସିନା ମାତ୍ର ଫଳଶୂନ୍। ଯୋଉଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ’ନିର୍ମଳ ଶାସନ, ସ୍ୱଚ୍ଛ ପ୍ରଶାସନ’ର ଆହ୍ୱାନ ପୁଣି ପ୍ରହସନ ପାଲଟିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ ବାସ୍ତବରୂପ କେବେ ନେବ ତାକୁନେଇ ଉଠୁଛି ପ୍ରଶ୍ନ। ଏକ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରି ଅସହାୟକୁ ସହାୟତାର ହାତ ବଢ଼ାଇଲେ ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଇବା ସହିତ ଦିବ୍ୟାଙ୍ଗକୁ ସବୁପ୍ରକାର ସରକାରୀ ସୁବିଧାସୁଯୋଗ ମିଳି ପାରନ୍ତା ବୋଲି ମତପ୍ରକାଶ ପାଉଛି।

ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଯୋକା ପଞ୍ଚାୟତର କାଶିଆବେଡା ଗ୍ରାମରେ ଦେଖିବାକୁ ମିଳିଛି। ଏଠି ଆମେ କହୁଛୁ ଗୁନା ବିନ୍ଧାଣିଙ୍କ ଦିବ୍ୟାଙ୍ଗ ପୁଅ କୃଷ୍ନା ବିନ୍ଧାଣିର କଥା। ବୟସ ପ୍ରାୟ ୧୨ ବର୍ଷ। ଜନ୍ମରୁ ଦିବ୍ୟାଙ୍ଗ ଏବଂ ମାନସିକ ବିକାରଗ୍ରସ୍ତ। ଯାହାଫଳରେ ସେ ନିଜକାମ ନିଜେ କରିପାରନ୍ତି ନାହିଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ। ଏଥିପାଇଁ ବାପା ମାଆ ହୁଅନ୍ତୁ କି ପରିବାରର ଅନ୍ୟ କାହାକୁ ଜଗିରହିବାକୁ ପଡ଼ୁଛି। ତେବେ ଦିବ୍ୟାଙ୍ଗ କୃଷ୍ନାର ବାପା ମାଆ ବେଶଗରିବ। କାମଦାମ ନ କଲେ ଚଳିବା କଷ୍ଟକର ଆଉ ଦିବ୍ୟାଙ୍ଗ ପୁଅକୁ ଆହାର ଯୋଗାଇବେ କେମିତି। ଏଭଳି ସ୍ଥିତିରେ ସରକାର ଦିବ୍ୟାଙ୍ଗ ପୁଅ କୃଷ୍ନା ପାଇଁ ଭତ୍ତା ଓ ଚାଉଳ ସହ ବିଜୁପକ୍କାଘରଟିଏ ଯୋଗାଇ ଦେବା ଦିଗରେ ପଦକ୍ଷେପ ଗ୍ରହଣ କଲେ ବାପା ମାଆ କିଛିଟା ଆଶ୍ୱସ୍ତ ହୁଅନ୍ତେ। ତେବେ ପ୍ରଶାସନକୁ ସରକାରଙ୍କ ଆଖିକାନ କୁହାଯାଉଥିବା ବେଳେ ପ୍ରଶାସନକୁ ବାରମ୍ବାର ଗୁହାରି ଜଣାଇ ହତାଶ ବାପା ମାଆ ଭରସା ନ ହରାଇ ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟିକୁ ଆଣି ଦିବ୍ୟାଙ୍ଗ ପୁଅକୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ ଜଣାଇଛନ୍ତି।
ବାଇଟ – ଦିବ୍ୟାଙ୍ଗର ମାଆ

ଦିବ୍ୟାଙ୍ଗମାନଙ୍କ ଜୀବନଧାରଣକୁ ସରଳ ଓ ସହଜ କରିବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତାର ଅଭାବ ହେଉକି ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ ଯୋଗୁଁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ତେବେ ଦିବ୍ୟାଙ୍ଗ ଚିହ୍ନଟ କରିବା ପାଇଁ ବିଭିନ୍ନ ସମୟରେ ସରକାରୀ ଭାବରେ ଆୟୋଜିତ ହୋଇ ତତକ୍ଷଣାତ ଚିହ୍ନଟ ମାନଙ୍କୁ ପରିଚୟପତ୍ର ତଥା ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଉଛି ଶିବିରରେ। ଏତେ ବ୍ୟବସ୍ଥା ସତ୍ତ୍ୱେ ଦିବ୍ୟାଙ୍ଗ କୃଷ୍ନା ସବୁ ସୁବିଧାରୁ ବଞ୍ଚିତ କାହିଁକି ?ଏହାର ବ୍ୟତିକ୍ରମ ପାଇଁ ଦାୟୀ କିଏ ? ସେହିପରି ନିଜ ଅଧିକାର ଉପଭୋଗରୁ ବଞ୍ଚିତ ଦିବ୍ୟାଙ୍ଗ କୃଷ୍ନାକୁ ନ୍ୟାୟ ଦେବାକୁ ଆଗେଇ ଆସି କର୍ତ୍ତବ୍ୟ ଏବଂ ଦାୟିତ୍ବ ସମ୍ପାଦନରେ ବିଫଳ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେକି ସରକାର ?
ବାଇଟ -ଦିବ୍ୟାଙ୍ଗର ବାପା

ସରକାରଙ୍କ କୌଣସି ସହାୟତା ଆଜିପର୍ଯ୍ୟନ୍ତ ଦିବ୍ୟାଙ୍ଗ କୃଷ୍ନା ନିକଟରେ ପହଞ୍ଚିନପାରିବା ପ୍ରଶାସନ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରୁଛି। ତେବେ ଦିବ୍ୟାଙ୍ଗ କୃଷ୍ନାର ବାପାମାଆ ଯୋକା ପଞ୍ଚାୟତର ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଅନେକ ନେହୁରା ହୋଇଥିଲେ ମଧ୍ୟ କର୍ଣ୍ଣପାତ କରିନଥିଲେ।ଶେଷରେ କାମବନ୍ଦ କରି ସାରସକଣା ବ୍ଲକ BDOଙ୍କୁ ତାଙ୍କ ଅଫିସରେ ଭେଟି ଦିବ୍ୟାଙ୍ଗ ପୁଅ ବାବଦରେ ଜଣାଇ ଭତ୍ତା ଓ ଚାଉଳ ଯୋଗାଇ ଦେବାକୁ ନିବେଦନ କରି ବିଫଳ ହେବାପରେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଦିବ୍ୟାଙ୍ଗ କୃଷ୍ନା ପାଇଁ ପେନସନ ଖଣ୍ଡେ କରାଇନପାରିବା ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଗ୍ରାମ କେଶରୀ ଭୋଳଙ୍କୁ ପଚାରିବାରୁ ସେ କହିଥିଲେ ଏବାବଦରେ ମୁଁ ଜାଣି ନାହିଁ। ଦିବ୍ୟାଙ୍ଗଙ୍କୁ ଦିଆଯାଉଥିବା ଚାଉଳ କିଏ ବନ୍ଦ କଲେ ପଚାରିବାରୁ ମାର୍କେଟିଂଗ ଇନିସ୍ପେକ୍ଟର ମାୟା ଧର ସାହୁଙ୍କୁ ସେ କହିଲେ ମୁଁ କଣ କରିପାରିବି ଯାହା କରିବା କଥା କରନ୍ତୁ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯଦି ଏହିଭଳି କହିବେ ତେବେ ସାଧାରଣ ଗରିବ ଲୋକମାନେ ଅଭିଯୋଗ କହିବେ କାହାକୁ ଶୁଣିବ କିଏ । ଏଭଳି ସ୍ଥିତିରେ କେବେ ହଟିବ ଅସହାୟ ଗରିବ ଦିବ୍ୟାଙ୍ଗଙ୍କ ଦୁଃଖ କେବେ ଶୁଣିବେ ସରକାର ଦେଖିବାକୁ ବାକିରହିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking