43.9 C
Bhubaneswar
Friday, April 19, 2024
Homeଓଡିଶାକାଠଚୋରି ଅଭିଯୋଗରେ ଗର୍ଭବତୀ ମହିଳାଙ୍କୁ ନିର୍ଯ୍ୟାତନା ଦେଲେ ବନବିଭାଗ କର୍ମଚାରୀ

କାଠଚୋରି ଅଭିଯୋଗରେ ଗର୍ଭବତୀ ମହିଳାଙ୍କୁ ନିର୍ଯ୍ୟାତନା ଦେଲେ ବନବିଭାଗ କର୍ମଚାରୀ

ମୟୁରଭଞ୍ଜ :ବନବିଭାଗ କର୍ମଚାରୀ ନିଜର ଦାୟିତ୍ୱବଦ୍ଧତା, ଅଧିକାର ଓ ମାନବିକତାର ସୀମା ଲଙ୍ଘି ହାତକୁ ନେଲେ ଆଇନ। ତେବେ ଜଙ୍ଗଲ ସୁରକ୍ଷା ନାମରେ ମାଫିଆଙ୍କ ସହ ହାତ ମିଳାଇ ଲୁଟେରା ସାଜିଥିବା ବେଳେ ବଡ଼ ବଡ଼ କାଠ ଚୋରଙ୍କୁ ଛାଡି ଚୁଲିଜାଳ ପାଇଁ କାଠସଂଗ୍ରହ କରୁଥିବା ସାଧାରଣ ଲୋକଙ୍କ ଉପରେ ଦାଉସାଧି ବାହାଦୂରୀ ସାଉଁଟିବାକୁ ଉଦ୍ୟମ କରି ନିଜ କ୍ଷମତାର ସୀମା ଟପିଥିବା ଭଳି ଗୁରୁତ୍ତର ଅଭିଯୋଗ ସାମ୍ନାକୁ ଆସିଛି। ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ଫେରିବା ବେଳେ ଧରି ନିସ୍ତୁକ ମାଡମାରି ବୃଦ୍ଧାଙ୍କୁ ଆହତ କରିଥିବା ବେଳେ ମାଡରେ ଗର୍ଭବତୀ ମହିଳାଙ୍କ ହାତ ଭାଙ୍ଗିବା ସହ ଉଠବସ କରାଇ ମାନବିକତାର ସବୁ ସୀମା ଲଙ୍ଘି ଥିବା ଅଭିଯୋଗରେ ଛନ୍ଦି ହୋଇଛି ବନବିଭାଗ।
ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସହ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣିରେଞ୍ଜ ତାଟ ବାର୍ହାପାଣପୋଷି ଗ୍ରାମରେ ଦେଖିବାକୁ ମିଳିଛି। ସାମନ୍ୟ କାଠ ଚୋରି ଘଟଣାକୁ କେନ୍ଦ୍ରକରି କବିତା ବେହେରା ନାମକ ଜନୈକା ଫରେଷ୍ଟଗାର୍ଡ ନିଜର ମାନବିକତା ଭୁଲି ଜଣେ ୬୫ ବର୍ଷର ବୃଦ୍ଧା ଏବଂ ତାଙ୍କ ଗର୍ଭବତୀ ନାତୁଣୀଙ୍କୁ ନିସ୍ତୁକ ପିଟି ଲହୁଲୁହାଣ କରିବା ସହିତ ମହିଳାଙ୍କ ହାତଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏପରି ଘଟଣା ଆଜି ବିଳମ୍ବିତ ରାତିରେ ଘଟିଥିବାବେଳେ ଉଭୟ ଆହତଙ୍କୁ ପ୍ରଥମେ ତାଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ସ୍ଥାନାତରଣ କରାଯାଇଛି । ତେବେ ମହିଳାଙ୍କୁ ଅମାନବିକ ଭାବରେ ପିଟି ହାତଭାଙ୍ଗିବା ସହିତ ପେଟରେ ମାଡ଼ ହଇ ଥିବାରୁ ଗର୍ଭରେ ବଢୁଥିବା ପିଲା ପ୍ରତି ବିପଦ ସୃଷ୍ଟି କରିଛି ।ତେବେ ଏପରି କାହିଁକି ହେଲା କାହିଁକି ଏତେ ନିଷ୍ଠୁର ଭାବେ ମାରିଲେ ଲେଡି ଫରେଷ୍ଟଗାର୍ଡ ,ପୂର୍ବରୁ ମଧ୍ୟ ଏଇ କର୍ମଚାରୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିଥିଲେ ମଧ୍ୟ ସମ୍ପୃକ୍ତଙ୍କ ବିରୁଦ୍ଧରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏପରି ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡିଛି ।
ତେବେ ସାମନ୍ୟ କାଠ ଚୋରି କରିଥିବା ସନ୍ଦେହରେ ଜଣେ ଗର୍ଭବତୀ ମହିଳା ଏବଂ ବୃଦ୍ଧାଙ୍କୁ ଘରେ ପଶି ଏପରି ନିର୍ଧୁମ ପିଟିବା ପଛରେ କାରଣ କଣ ?? ସେହିପରି ଗର୍ଭବତୀ ମହିଳାଙ୍କୁ ରେଞ୍ଜ ଅଫିସ ଆଣି ପାଖାପାଖି ୨୦ ଥର ଉଠବସ ମଧ୍ୟ କରାଇଥିବା କହିଛନ୍ତି ଗର୍ଭବତୀ ମହିଳା। ଏଇ ଘଟଣା ପରେ କିଛି ସମୟ ଉତେଜନା ଦେଖା ଦେଇଥିବା ବେଳେ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଉକ୍ତ ଫରେଷ୍ଟଗାର୍ଡକୁ କାର୍ଯ୍ୟରୁ ବହିଷ୍କାର କରିବା ଦାବିରେ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହିତ ରେଞ୍ଜ ଅଫିସ ମଧ୍ୟ ଘେରାଓ କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକ । ତେବେ ଦେଖିବା ପାଇଁ ବାକି ରହିଲା ଏଇ ଘଟଣା ପରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ ନା ଏପରି ଅମାନବିକ କାର୍ଯ୍ୟ କରିଥିବା ଦବଙ୍ଗ ଲେଡି ଫରେଷ୍ଟଗାର୍ଡଙ୍କୁ ପଦନ୍ନତି ମିଳୁଛି ତାହା ଦେଖିବା ପାଇଁ ବାକି ରହିଲା । ଅନ୍ୟପଟେ ବାରମ୍ବାର ନିଜ କ୍ଷମତାର ସୀମା ଡ଼େଉଁଥିବା ଫରେଷ୍ଟ ଗାର୍ଡଙ୍କ ମାନସିକ ବିକୃତି ଭଳି ଦୁରାରୋଗ୍ୟରେ ଆକ୍ରାନ୍ତ ଥିବା ସନ୍ଦେହ ପ୍ରକାଶ ପାଉଥିବା ବେଳେ ତାଙ୍କୁ କୋଉ ବିଭାଗୀୟ ଅଧିକାରୀ କାହିଁକି ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ ଉଠୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking