40.1 C
Bhubaneswar
Thursday, April 25, 2024
Homeଅପରାଧପଦାରେ ପଡ଼ିଲା କଲେଜ ନିର୍ଦ୍ଦେଶକଙ୍କ କେଳେଙ୍କାରୀ, ସ୍ତ୍ରୀ କୁ ପ୍ରତାରଣା ଓ ହତ୍ୟା ଉଦ୍ୟମ କରି...

ପଦାରେ ପଡ଼ିଲା କଲେଜ ନିର୍ଦ୍ଦେଶକଙ୍କ କେଳେଙ୍କାରୀ, ସ୍ତ୍ରୀ କୁ ପ୍ରତାରଣା ଓ ହତ୍ୟା ଉଦ୍ୟମ କରି ସ୍ବାମୀ ଓ ପ୍ରେମିକା ଗିରଫ

ମୟୂରଭଞ୍ଜ – ପଦାରେ ପଡ଼ିଲା କଲେଜ ନିର୍ଦ୍ଦେଶକଙ୍କ କେଳେଙ୍କାରୀ। ଧରାପଡ଼ିଲା ଚୋରା ପ୍ରେମ। ସ୍ତ୍ରୀ କୁ ପ୍ରତାରଣା ଓ ହତ୍ୟା ଉଦ୍ୟମ କରି ସ୍ବାମୀ ଓ ପ୍ରେମିକା ଗିରଫ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦୁବୁଲାବେଡା ସ୍ଥିତ ଟେକ୍ନୋ ୱାର୍ଲଡ଼ ଆବାସିକ ମହାବିଦ୍ୟାଳୟର ନିର୍ଦ୍ଦେଶକ ଉମାକାନ୍ତ ମହାନ୍ତ ବିବାହିତ ହୋଇ ମଧ୍ୟ ଅନ୍ୟ ଯୁବତୀଙ୍କ ସହିତ ଅନୈତିକ ସମ୍ପର୍କ ରଖି ଆସୁଥିବା ଅଭିଯୋଗ କରିଛନ୍ତି ଖୋଦ୍ ତାଙ୍କ ଧର୍ମପତ୍ନୀ। ଏପରିକି ଅନୈତିକ ସମ୍ପର୍କକୁ ତାଙ୍କ ସ୍ତ୍ରୀ ବିରୋଧ କରିବାରୁ ତାଙ୍କୁ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏହା ସହିତ ଉମାକାନ୍ତ ଅନ୍ୟ ଜଣେ ଯୁବତୀଙ୍କ ସହିତ ପ୍ରେମବିବାହ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ । ଅଭିଯୋଗ ଅନୁଯାୟୀ, ଗତକାଲି ତାଙ୍କ ସ୍ତ୍ରୀ ଏଭଳି ସଂପର୍କକୁ ବିରୋଧ କରିବାରୁ ଉମାକାନ୍ତ ତାଙ୍କ ପ୍ରେମିକା ସହିତ ମିଶି କିରୋସିନି ଢାଳି ତାଙ୍କୁ ହତ୍ୟା ଉଦ୍ୟମ କରିଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଘଟଣା ସମ୍ପର୍କରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଟେକ୍ନୋ ୱାର୍ଲଡ଼ ର ନିର୍ଦ୍ଦେଶକ ଉମାକାନ୍ତ ମହାନ୍ତ ଓ ତାଙ୍କ ଦ୍ବିତୀୟ ସ୍ତ୍ରୀ ସାଜିଥିବା ପ୍ରେମିକାକୁ ଗିରଫ କରି ଥାନାକୁ ଆଣିଥିଲେ। ତେବେ ଘଟଣାର ସତ୍ୟତା ଉପରେ ପୋଲିସ ତଦନ୍ତଜାରି ରଖିଥିବା ବେଳେ ଉମାକାନ୍ତ ମହାନ୍ତ ଗିରଫ ହୋଇ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ଅଭିଯୋଗକୁ ଭିତ୍ତି କରି ଉଭୟଙ୍କ ଡାକ୍ତରୀ ପରୀକ୍ଷା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking