34.1 C
Bhubaneswar
Thursday, March 28, 2024
Homeଓଡିଶାପ୍ରଥମ ସଟଡାଉନକୁ ନେଇ ଲୋକଙ୍କ ଉପରେ ପ୍ରଭାବ ଓ ପ୍ରଶାସନିକ ସକ୍ରିୟତା

ପ୍ରଥମ ସଟଡାଉନକୁ ନେଇ ଲୋକଙ୍କ ଉପରେ ପ୍ରଭାବ ଓ ପ୍ରଶାସନିକ ସକ୍ରିୟତା

ମୟୂରଭଞ୍ଜ- ସାମ୍ପ୍ରତିକ କରୋନା ମହାମାରୀକୁ ନେଇ ସାରାଦେଶରେ ଲଗାଯାଇଥିବା ଅନଲକ୍-୨ରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଜିଲ୍ଲାରେ ପ୍ରତି ଶନିବାର ଏବଂ ରବିବାର ୨ଦିନ ସଟଡାଉନଜାରୀ କରାଯିବାର ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଚଳିତଥର ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସଟଡାଉନ ପ୍ରକ୍ରିୟାରେ ସାମିଲ ହେବା ସହିତ ଲାଗୁ କରାଯାଇଛି । ଆଜି ଅନଲକ୍-୨ର ପ୍ରଥମ ସଟଡାଉନ ଦିବସ । ତେବେ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ସଟଡାଉନ ଘୋଷଣା କରାଯାଇଥିବାରୁ ଏହି ପ୍ରକ୍ରିୟାରେ ଅଭ୍ୟସ୍ତ ନ ଥିବାରୁ କିଛି ଲୋକ ନିୟମ ଭାଙ୍ଗୁଥିବାରୁ ବିଭିନ୍ନ ସ୍ଥାନରେ ମୁତୟନ ହୋଇ ଡ୍ୟୁଟି କରୁଥିବା ପୋଲିସକୁ କୈଫତ ଦେବାକୁ ପଡୁଛି । ତେବେ କେବଳ ଡାକ୍ତରିସେବାକୁ ଛାଡିଦେଲେ ଅନ୍ୟ ଲୋକମାନଙ୍କୁ ଘରକୁ ଫେରାଇ ଦିଆଯାଉଛି । ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଦୋକାନ ବଜାର , ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ , ସରକାରୀ କାର୍ଯ୍ୟାଳୟ ଇତ୍ୟାଦି ବନ୍ଦ ରହିଛି । ସକାଳ ପାଖରୁ ସହରର ପ୍ରମୁଖ ଛକ ଗୁଡିକରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି । ସେହିପରି ପୋଡ଼ଶୀ ପଶ୍ଚିମବଙ୍ଗ ସୀମାନ୍ତ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ମୋରଡ଼ାଥାନା ଅଞ୍ଚଳରେ ମଧ୍ୟ ସଟଡାଉନକୁ ନେଇ ସ୍ଥାନୀୟ ପୋଲିସ ସକ୍ରିୟ ହୋଇଥିବା ବେଳେ ସାଧାରଣ ଲୋକମାନେ ପୋଲିସ ପକ୍ଷରୁ ଘୋଷଣା ପୂର୍ବ ସୂଚନାକୁ ଗୁରୁତ୍ୱର ସହ ଗ୍ରହଣ କରି ଘରୁ ବଜାରକୁ ଯାଉନଥିବାରୁ ରାସ୍ତାଘାଟ ଶୁନଶାନ ହୋଇଯାଇଛି।
ତେବେ ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ପ୍ରବେଶ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମଶଃ ବୃଦ୍ଧି ଘଟୁଥିବା ପରିଲକ୍ଷିତ ହୋଇଛି ବୋଲି ମତପ୍ରକାଶ ପାଉଛି। ଅନ୍ୟପଟେ ଗତକାଲି ପର୍ଯ୍ୟନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ ରେ ପହଞ୍ଚିଥିବା ବେଳେ ୧୬୬ଜଣ ସୁସ୍ଥ ହୋଇସାରିଲେଣି ବୋଲି ଜଣାପଡିଛି । ବର୍ତ୍ତମାନ ୫୯ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପ୍ରତିଦିନ ଏହି ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଲୋକାଲ କେସ ସାଙ୍ଗକୁ କରୋନା ଓ୍ବାରିଓର ମାନେ ମଧ୍ୟ ଆକ୍ରାନ୍ତ ହେଉଥିବାରୁ ଜିଲ୍ଲାପ୍ରଶାସନ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ।
-ଘାସିରାମ ବେହେରାଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking