27.8 C
Bhubaneswar
Thursday, April 18, 2024
Homeଓଡିଶାଚାଲାଣ କାଟିବାକୁ ନେଇ ପୋଲିସ-ବଣିକ ସଂଘ ମୁହାଁମୁହିଁ

ଚାଲାଣ କାଟିବାକୁ ନେଇ ପୋଲିସ-ବଣିକ ସଂଘ ମୁହାଁମୁହିଁ

 ମୟୂରଭଞ୍ଜ(ଘାସିରାମ ବେହେରା) :  ଉଦଳା ଏନଏସି ମୁଖ୍ୟ ବଜାରରେ ମୁହାଁମୁହିଁ ହେଲେ ପୁଲିସ ଆଉ ବଣିକସଂଘ । ଉଦଳାଥାନାରେ ସଂଘ କର୍ମକର୍ତ୍ତାଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ବଣିକସଂଘ ପକ୍ଷରୁ ଦୋକାନବଜାର ବନ୍ଦ ସାଙ୍ଗକୁ ବାଉଁଶବାନ୍ଧି ଚେୟାର ପକେଇ ମୁଖ୍ୟ ରାସ୍ତା ଅବରୋଧ। କରୋନା ସଂକ୍ରମଣ ରୋକିବା ଦିଗରେ ସରକାରଙ୍କ ଘୋଷିତ ଲକଡାଉନ ପାଳନକୁ ନେଇ ସମ୍ମୁଖଯୋଦ୍ଧା ସାଜିଥିବା ପୋଲିସ କର୍ମଚାରୀଙ୍କୁ ସାଧାରଣ ଲୋକେ ସାଲ୍ୟୁଟ କରିବା ସହିତ ସାରାଦେଶବାସୀ ପ୍ରଶଂସା କରିବାରେ କାର୍ପଣ୍ୟ ଦେଖାଉନଥିବା ବେଳେ ଉଦଳା ପୋଲିସ ନିଜ ଆଚରଣ ପାଇଁ ବିବାଦ ଘେରୋରେ। ତେବେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦିଆଯାଇଆସୁଛି। କିନ୍ତୁ ଉଦଳା ଥାନା ପୋଲିସ ପାଇଁ ମୂଲ୍ୟହୀନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ଅନ୍ୟପଟେ ଲକଡାଉନ ଯୋଗୁଁ ବହୁଳଭାବେ ପ୍ରଭାବିତ ହେଉଛି ସାଧାରଣ ଲୋକଙ୍କ ଜୀବନ ଜୀବିକା। ଏଭଳି ସ୍ଥିତିରେ ଗାଁ ଗହଳିର ଛୋଟଛୋଟ ଚାଷୀମାନେ ଉତ୍ପାଦିତ ଶାଗପରିବା ବିକ୍ରି କରିବାକୁ ବଜାର ଉପରେ ନିର୍ଭର କରି ଆଣୁଛନ୍ତି। ହେଲେ ପୋଲିସ ସେଠାରେ ପହଞ୍ଚି ଗାଡ଼ିରଖି ମାସ୍କ ଓ ହେଲମେଟ ବାବଦକୁ ଜୋରିମାନା ଆଦାୟ କରୁଥିବାରୁ ଭୟରେ କିଣାକିଣି ପାଇଁ କେହି ଆସୁନଥିବାରୁ ବୋଝ ଉପରେ ନଳିତାବିଡ଼ା ସଦୃଶ ପରିସ୍ଥିତିର ସାମ୍ନା କରୁଛନ୍ତି ବେପାରୀମାନେ। ଏନେଇ ଉଦଳାବଜାର ବଣିକସଂଘ ନିକଟରେ ଅଭିଯୋଗ କରିଥିଲେ ପରିବାବେପାରୀମାନେ।
ତେବେ ଜୋରିମାନା ଆଦାୟ ହେଉ କିନ୍ତୁ ସ୍ଥାନର ପରିବର୍ତ୍ତନ ଆଣିବାକୁ ଆଲୋଚନା ପାଇଁ ଥାନାରେ ପହଞ୍ଚିଥିଲେ ସଂଘ ସଭାପତି, ସେକ୍ରେଟାରୀ ଏବଂ ବରିଷ୍ଠ କର୍ମକର୍ତ୍ତା। ଆଲୋଚନା କରିବା ବଦଳରେ କାହିଁକି ବକବକ କରୁଛନ୍ତି, ତାଙ୍କୁ ଯିବାପାଇଁ କହିଥିଲେ ଥାନା ଅଧିକାରୀ।ତେବେ ଏଠି ପ୍ରଶ୍ନ ଉଠୁଛି କାହାର ସୁରକ୍ଷା ଏବଂ ସ୍ୱାର୍ଥରକ୍ଷା ପାଇଁ କାମକରୁଛି ପୋଲିସ। ଥାନାକୁ ଯାଇଥିବା ଭଦ୍ରଲୋକଙ୍କ ଅଭିଯୋଗ ନ ଶୁଣି ଖାକିର ଦମ ଦେଖାଇବାକୁ ଯାଇ ଶୃଙ୍ଖଳିତ ବଦଳରେ ଡ଼ନ ଭଳି ଅଶାଳୀନ ବ୍ୟବହାର ପ୍ରଦର୍ଶନରେ ଅସନ୍ତୁଷ୍ଟ ଓ କ୍ଷୁବ୍ଧ ବ୍ୟବସାୟୀ ଏହାର ପ୍ରତିବାଦରେ ବଜାରବନ୍ଦ କରିବା ସହିତ ଉଦଳା ବଜାରର ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ତେବେ ବଣିକସଂଘର ଏହି ଅସହଯୋଗ ଆନ୍ଦୋଳନକୁ ସବୁମହଲ ସମର୍ଥନ ଜଣାଉଥିବା ବେଳେ ସାଧାରଣରେ ତୀବ୍ର ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ତେବେ ଘଟଣାସ୍ଥଳରେ ଉଦଳା ଥାନା ପୋଲିସ ପହଞ୍ଚି ବୁଝାଶୁଝା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସମାଧାନ ହୋଇନଥିଲା।ଅନ୍ୟପଟେ ବ୍ୟବହାର ଜାଣିନଥିବା ଏଭଳି ପୋଲିସ ଅଫିସର ଉଦଳାଥାନା ପାଇଁ ଦରକାର ନାହିଁ ସରକାର ଫେରେଇ ନିଅ ବୋଲି ଦାବି କରିଛନ୍ତି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking