34.1 C
Bhubaneswar
Friday, March 29, 2024
Homeଓଡିଶାମନରେଗାରେ କାମକରି ମିଳୁନି ପ୍ରାପ୍ୟ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

ମନରେଗାରେ କାମକରି ମିଳୁନି ପ୍ରାପ୍ୟ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

ମୟୁରଭଞ୍ଜ- ଗାଁ ଗହଳିରେ ରହୁଥିବା କୁଶଳୀ ହେଉକି ଅର୍ଦ୍ଧ କୁଶଳୀ ଶ୍ରମିକଶ୍ରେଣୀର ଲୋକମାନେ ଦୈନିକ କାମ ନ ପାଇ ପରିବାର ଚଳାଇବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ସମସ୍ୟାର ସମାଧାନ କରିବାକୁ ଆଗେଇ ଆସି ଶ୍ରମିକମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦେବା ଲକ୍ଷ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି  ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା। ହେଲେ ଏବେ ଏହାର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ କିଛି ବଦଳିଯାଇଛି। ସମ୍ଭବ ହେଉଛି ମୁଷ୍ଟିମେୟ ଅସାଧୁ ସରକାରୀ ଅଧିକାରୀ ଆଉ କର୍ମଚାରୀଙ୍କ ଚକ୍ରାନ୍ତ ଯୋଗୁଁ। ଏମିତିକି ଅନେକ କ୍ଷେତ୍ରରେ ଶ୍ରମିକଙ୍କ କାମ କରୁଛି ଜେସିବି ମେସିନ କିନ୍ତୁ ମଜୁରୀ ଯାଉଛି ଧବଧବଳିଆ ବାବୁମାନଙ୍କ ନାମରେ ହୋଇଥିବା ଜୋବକର୍ଡ଼କୁ। ସେହିପରି ବହୁ ସ୍ଥାନରେ ଗରିବ ଦିନମଜୁରିଆମାନେ ଶ୍ରମିକ ଭାବେ କାମ କରିଥିଲେ ମଧ୍ୟ ମଜୁରୀ ଟଙ୍କା ନ ପାଇ ହଇରାଣ ହରକତ ହେଉଥିବା ବେଳେ ମଜୁରୀ ମାଗିଲେ ଟଙ୍କା ବଦଳରେ ମିଳୁଛି ମାଡ଼। ଏହା କେମିତି ସମ୍ଭବ ହେଉଛି ମାଡ଼ ମାରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଆଇନ ହାତବାନ୍ଧି ବସିବା ପଛରେ କଣ ରହିଛି ରହସ୍ୟ। ଏଥିପାଇଁ ସରକାରୀ କି ବେସରକାରୀ ସ୍ତରରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନ ହେବା ସନ୍ଦେହ ସୃଷ୍ଟି କରୁଛି। ତେବେ ଏଭଳି ଅଭିଯୋଗ ଏବେ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ସାଇ଼଼ଁକୁଳା ଗ୍ରାମରେ। ଏଠାକାର କିଛି ଶ୍ରମିକ ମନରେଗା ଯୋଜନାରେ କାମ କରିଥିଲେ। କିନ୍ତୁ ସେମାନଙ୍କୁ ଠିକ୍ ସମୟରେ ମିଳିପାରୁ ନାହିଁ ତାଙ୍କ ପ୍ରାପ୍ୟ ମଜୁରୀ। ହେଲେ ମଜୁରୀ ବଦଳରେ ମିଳୁଛି ମାଡ ବୋଲି ଅଭିଯୋଗ କରି ଉଦଳା  ଉପ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ନ୍ୟାୟ ଆଶାନେଇ । ତେବେ ଶ୍ରମିକମାନଙ୍କ ଏହି ଧାରଣାକୁ ସମର୍ଥନ ଜଣାଇଛି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି । ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ କଣ ରହିଛି ତାଙ୍କ ଅଭିଯୋଗ ଏବଂ ଅସୁବିଧା।
ଶ୍ରମିକଙ୍କ ପକ୍ଷରୁ ଦିଆଯାଉଥିବା ଧାରଣା ସମ୍ପର୍କରେ ସୂଚନା ପାଇ  ଉଦଳା ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ମହାମାରୀ କରୋନା ସମୟରେ ଏଭଳି ପଦକ୍ଷେପ ବେଆଇନ ବୋଲି ବୁଝାଇଥିଲେ। ପରେ ଆଇଆଇସିଙ୍କ ଆନ୍ଦୋଳନ କାରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ତାଙ୍କର ଲିଖିତ ଅଭିଯୋଗ ଗ୍ରହଣ କରି ବୁଝାଶୁଝା କରିବାର ପ୍ରତିଶୃତି ପ୍ରଦାନ ପରେ ଶ୍ରମିକମାନେ ଧାରଣା ପ୍ରତ୍ୟାହାର କରିଥିଲେ l
– ଘାସିରାମ ବେହେରାଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking