19.1 C
Bhubaneswar
Saturday, November 23, 2024
Homeଓଡିଶାପ୍ରତିବନ୍ଧକ ସାଜିଲା କରୋନା : ଶେଷଥର ପାଇଁ ସ୍ୱାମୀର ମୁହଁ ଦେଖିପାରିଲାନି ସ୍ତ୍ରୀ

ପ୍ରତିବନ୍ଧକ ସାଜିଲା କରୋନା : ଶେଷଥର ପାଇଁ ସ୍ୱାମୀର ମୁହଁ ଦେଖିପାରିଲାନି ସ୍ତ୍ରୀ

ମୟୂରଭଞ୍ଜ(ଘାସିରାମ ବେହେରା) : ଅଧାରେ ରହିଗଲା ସପ୍ନ। ହାତ ଛାଡିଦେଇ ଆରପାରିକୁ ଚାଲିଗଲେ ସ୍ୱାମୀ। ଘରକୁ ଫେରି ଶେଷଥର ପାଇଁ ସ୍ୱାମୀର ଦେଖିପାରିଲାନି ସ୍ତ୍ରୀ ମଲା ମୁହଁ ଟିକକ ଦେଖିବାର ସୌଭାଗ୍ୟ ଜୁଟିଲାନି ହାତଭାଗିନୀର ଭାଗ୍ୟରେ। ଘରକୁ ଫେରିବାରେ ପ୍ରତିବନ୍ଧକ ସାଜିଲା କରୋନା। ବିଶ୍ୱାସଥିଲା ଏଥର ଘରକୁ ଗଲେ ରୋଗାକ୍ରାନ୍ତ ସ୍ୱାମୀକୁ ଭଲ ଡାକ୍ତର ପାଖରେ ଚିକିତ୍ସା କରାଇ ଭଲ କରିବ। ସେଥିପାଇଁ ତୋ ଦୂରକୁ ଯାଇଥିଲା ମୁଲଲାଗି ଟଙ୍କା ରୋଜଗାର କରିବ। ଆଉ ଫେରି ଇହକାଳ ପରକାଳର ଦେବତା, ସିଂଥିର ସିନ୍ଦୁର, ହାତର ଶଙ୍ଖାକୁ ଭଲ ଡାକ୍ତର ଦେଖାଇ ଭଲ କରିବ।
ହେଲେ ନିୟତି ଯେ ଏତେ ନିଷ୍ଠୁର ହେଇପାରେ ସେକଥା ଭାବିନଥିବ ନିରିହା ଅସହାୟା ସ୍ତ୍ରୀ ଲୋକଟି। ନିଜ ଘରଦ୍ୱାର ଛାଡି ପର ରାଇଜରେ ମୂଲିଆ  ଖଟୁଥିବା ଏ ସ୍ତ୍ରୀ ଲୋକଟି। ଯାହାପାଇଁ ସ୍ତ୍ରୀ ଟିଏ ନିଜ ଘରଦ୍ୱାର ଛାଡି ବାହାରେ ଦାଦନ ଖଟୁଥିଲା ସେଇ ସ୍ୱାମୀର ଶେଷଦର୍ଶନ ମଧ୍ୟ କରିପାରିବାର ସୌଭାଗ୍ୟ ଟିକେ ଜୁଟିବନି ସେ କଥା ସ୍ୱପ୍ନରେ ବି କେବେ ଭାବିନଥିଲା ଏ ନିଷ୍ପାପ ଖଟିଖିଆ ସ୍ତ୍ରୀ ଟି। ହଁ ସେ ଦାଦନ। ଆଉ ସେ ହାତଭାଗିନୀ ହେଉଛି ଶର  ହଂସଦା। ଘର ମୟୁରଭଂଜ ଜିଲ୍ଲା  ଵଂଗିରିପୋଷି ବ୍ଲକ ଅନ୍ତର୍ଗତ ଉଦାଳି ଗାଁ ରେ। ସଂସାର କହିଲେ ଚାରି ସନ୍ତାନ ଆଉ ସ୍ୱାମୀ । ସ୍ୱାମୀଙ୍କ ଦେହ ଖରାପ ରହୁଥିବାରୁ ପରିବାରର ବୋଝ ଶର ଉପରେ ଥିଲା । ଅଭାବୀ ପରିବାରକୁ ମୁଠେ ଦାନା ଆଉ ସ୍ୱାମୀର ଚିକିତ୍ସା ପାଇଁ ସେ ଚାଲି ଯାଇଥିଲା ମାଇଲ ମାଇଲ ଦୂର କଟକକୁ ଦାଦନ ଖଟିବା ପାଇଁ।କିନ୍ତୁ ଭଗବାନଙ୍କ ବରାଦ ଥିଲା ଆଉକିଛି। ସୋମବାର ଦିନ ହଠାତ ସ୍ୱାମୀ ଖେଲାରାମଙ୍କ ଶରୀର ଅସୁସ୍ଥ ହେଇ ପଡ଼ିଲା।ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ସ୍ତ୍ରୀ କୁ ଖବର ଦିଆଗଲା।
କିନ୍ତୁ ମହାମାରୀ କରୋନା ପାଇଁ ବଳବତ୍ତର ରହିଥିବା ଲକଡାଉନ ସବୁକିଛି ଓଲଟ ପାଲଟ କରିଦେଲା। ସ୍ଥାନୀୟ ପ୍ରଶାସନ ପାଖରେ ସ୍ତ୍ରୀ ଟିଏ ଅନେକ ନେହୁରା ହେଲା,ହେଲେ ଏ ଦାଦନର ଦୁଃଖ ସେ ସୁଟବୁଟ ପିନ୍ଧା ବାବୁଙ୍କୁ ଦେଖାଯାଇ  ନ ଥିଲା। ଶେଷରେ ପାଦରେ ଚାଲି ଚାଲି ବାହାରି ଥିଲେ ଘରକୁ ।  ଭଦ୍ରକ ନିକଟରେ ଏସପିଙ୍କ ନଜରକୁ ଆସିଥିଲା ଶର। ଏସପିଙ୍କ ନିର୍ଦ୍ଦେଶରେ ଭଦ୍ରକ ପୋଲିସ ଆସିବା ପାଇଁ ସମସ୍ତ ବ୍ୟବସ୍ଥା କରି ଦେଖାଇଥିଲା ମାନବିକତାର ନିଦର୍ଶନ। କିନ୍ତୁ ସ୍ତ୍ରୀ ଶର ଘରକୁ ପହଁଚିଲା ବେଳକୁ ତା ମଥାର ସିନ୍ଦୁର  ସବୁଦିନ ପାଇଁ ଲିଭି ଯାଇଥିଲା। ମନର ମଣିଷଟି ସବୁଦିନ ପାଇଁ  ଚାଲି ଯାଇଥିଲା ଆରପାରିକୁ। ସ୍ତ୍ରୀ ଘରକୁ ପହଁଚିଲା ବେଳେକୁ ସ୍ୱାମୀର ଶବସତ୍କାର ମଧ୍ୟ ସରିଯାଇଥିଲା। ମନର ମଣିଷଟାକୁ ଶେଷ ଦର୍ଶନ ମଧ୍ୟ କରିନପାରି ଅସହାୟ ଭାବେ ବାହୁନି ବାହୁନି କାନ୍ଦୁଥିଲା ।
ଦୁଃଖରେ ଜଳି ଯାଉଥିଲା ଛାତି ଆଉ ଆଖିରୁ ଝରି ଯାଉଥିଲା ଲୁହ। ଲକଡାଉନ ପାଇଁ ସ୍ୱାମୀର ମଲା ମୁହଁ ଟା ବି ଦେଖି ପାରିଲାନି । ଦାଦନର ଦୁଃଖ ଅସରନ୍ତି। ଯୋଜନାର ନାଁ ଶୁଣି ଶୁଣି ମନ ଭୁଲି ଯାଏ ସିନା,କିନ୍ତୁ ତାକୁ ଘରକୁ ଆଣିବାକୁ କେହିବି ଶୁଣିବେ ନାହିଁ। ନୀତି ଭୋକ ସହ ଲଢେ଼ଇ କରୁଥିବା ଏ ଦାଦନ ଟି ଆଜି ନିୟମ ଆଗରେ ହାର ମାନି ଯାଇଛି। ଏଭଳି ସ୍ଥିତିରେ ପ୍ରଶାସନ ହେଉକି ସରକାର ସହଯୋଗର ହାତ ବଢ଼ାଇ ଉଚିତ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking