20.1 C
Bhubaneswar
Saturday, November 23, 2024
Homeଓଡିଶା ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଆମ୍ଫାନର ମୁକାବିଲାକୁ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

 ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଆମ୍ଫାନର ମୁକାବିଲାକୁ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ମୟୂରଭଞ୍ଜ(ଘାସିରାମ ବେହେରା ) – ମାଡିଆସୁଛି ସାମୁଦ୍ରିକ ବାତ୍ୟା ଆମ୍ଫାନ । ଧିରେଧିରେ ଏହା ମହାବାତ୍ୟାର ରୂପ ନେଉଥିବା ପ୍ରକାଶ କରିଛି ପାଣିପାଗ ବିଭାଗ । ଏହି ମହାବାତ୍ୟାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବହୁଳ ମାତ୍ରାରେ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରି ସୂଚନା ଦେଇଛି ପାଣିପାଗ ବିଭାଗ। ଏହାର ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ସମସ୍ତ ପୂର୍ବ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହା ଜିଲ୍ଲାର ୮ଟି ବ୍ଲକରେ ବହୁ ମାତ୍ରାରେ ପ୍ରଭାବିତ କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯଦିଓ ବାତ୍ୟା ପ୍ରଭାବରେ ଜିଲ୍ଲାରେ ପବନ ବେଗ ସମୁଦ୍ର ତଟ ଅପେକ୍ଷା କମ ରହିବ ତଥାପି ଏହାର ପ୍ରଭାବରେ ବର୍ଷା ପରିମାଣ ବହୁତ ଅଧିକ ରହିବ ବୋଲି ଜଣାପଡିଛି । କଚ୍ଚାଘର ଗୁଡିକରୁ ଲୋକଙ୍କୁ ପଳାଇ ଆସି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ରହିବା ପାଇଁ ଉପକୂଳବର୍ତ୍ତୀ ବ୍ଲକ ଗୁଡିକରେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଜଣାଇ ଦିଆଯାଉଛି । ଏହା ସହ ଜିଲ୍ଲାରେ ସମସ୍ତ ବ୍ଲକ ବିଡିଓ ଓ ତହସିଲଦାର ମାନଙ୍କୁ ସଜାଗ ହୋଇ ରହିବା ପାଇଁ କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାକୁ ୨ ଟି ଏନଡିଆରଏଫ ଟିମ ଓ ୪ଟି ଓଡ୍ରାଫଟ୍ ଟିମ୍ ପହଞ୍ଚି ସାରିଥିବା ବେଳେ ଜିଲ୍ଲାରେ ଥିବା ୨୫ ଟି ଅଗ୍ନିଶମ ବାହିନୀ ଏହି ଆମ୍ଫାନ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଥିବା କହିଛନ୍ତି ଜିଲ୍ଲା ଏମରଜେନସି ଅଫିସର ସୁଜୟ ପତି । ଗୋଟେ ପଟେ ପ୍ରଶାସନ ପକ୍ଷରୁ କରୋନା ମୁକାବିଲା କରୁଥିବା ବେଳେ ବତ୍ୟା ଆମ୍ଫାନର ମୁକାବିଲା  କରିବା ପାଇଁ ସମସ୍ତ ପ୍ରକାର ବ୍ୟାପକ ବନ୍ଦୋବସ୍ତ ହୋଇସାରିଥିବା କଥା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking