43.9 C
Bhubaneswar
Friday, April 19, 2024
Homeଓଡିଶା୧୦୫ତମ ବିଜୁଜୟନ୍ତୀ ପାଳିତ

୧୦୫ତମ ବିଜୁଜୟନ୍ତୀ ପାଳିତ

 ମୟୂରଭଞ୍ଜ : ପ୍ରବାଦପୁରୁଷ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମଜୟନ୍ତୀ ବେଶ ସମାରହରେ ପାଳିତ ହୋଇଯାଇଛି । ସାରା ରାଜ୍ୟରେ ଏହାକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମଦିନକୁ ଖୁବ୍ ଉତ୍ସାହର ସହ ପାଳନ କରୁଛି ବିଜୁ ଜନତା ଦଳ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍‌ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ନେତାଙ୍କ ମଧ୍ୟରେ ଅନ୍ୟତମ। ସେ ଥିଲେ ସାହସୀ, ସ୍ବାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା । ୧୯୧୬ ମସିହା ମାର୍ଚ୍ଚ ୫ତାରିଖ ଆସିକାରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବା ପାଇଁ ସ୍ବପ୍ନ ଦେଖିଆସୁଥିଲେ ବିଜୁବାବୁ। ଆଜି ମୋରଡା ବଜାରରେ ବିଜେଡି ଜିଲ୍ଲା ସଂମ୍ପାଦକ ଘାସିରାମ ବେହେରାଙ୍କ ନେତୃତ୍ୱରେ ମୋରଡା ପଞ୍ଚାୟତ ସଭାପତି ତପନ ମହାନ୍ତି, ରଣଜିତ ମହାପାତ୍ର,ନିରଞ୍ଜନ କଲିଆ, ବିଜନ ନାୟକ,ଅଞ୍ଜନ ନାୟକ, ଦିଲ୍ଲୀପ କୁମାର ଧଳ,ବୁଦ୍ଧେଶର ବିନ୍ଧାଣି, ମନୋଜ କୁମାର ଧଳ,ପ୍ରଦୀପ ବେହେରା,ଦିପ୍ତୀ ରଞ୍ଜନ ମହାନ୍ତି, ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ସେକ୍ ଶତାର ମିଆଁ,ସର୍ବେଶ୍ୱର ବାରିକ, କମଳା ବେହେରା, ଦେବେନ୍ଦ୍ର ଦାସ,କୁମୁଦିନୀ ମହାକୁଡ ପ୍ରମୁଖ ବିଜୁ ପଟ୍ଟନାୟକଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସେହିପରି ବିଜୁ ଜନତା ଦଳ ପକ୍ଷରୁ ମୋରଡ଼ା ବ୍ଲକ ଅନ୍ତର୍ଗତ ବାରମାଇଲ ଠାରେ ମୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନ୍ମଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୋରଡ଼ା ବ୍ଲକ ବିଜେଡି ସଭାପତି ଜୟପ୍ରକାଶ ରାଉଳ ୧୦୫ତମ ବିଜୁଜନ୍ମ ଜୟନ୍ତୀ ଉତ୍ସବରେ ପୌରହିତ୍ୟ କରିଥିବା ବେଳେ ମୁଖ୍ୟଅତିଥି ଭାବେ ମୋରଡ଼ା ବିଧାୟକ ରାଜକିଶୋର ଦାସ,ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସତୀଶ ଧଳ,ରାଜ୍ୟ ସମ୍ପାଦିକା ବିଷ୍ଣୁପ୍ରିୟା ଦାସ, ପୁର୍ବତନ ବ୍ଲକ ଉପାଧ୍ୟକାଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଯୋଗଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ।ସେହିପରି ବିଧାୟକଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଦଳୀୟକର୍ମୀ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking