37.2 C
Bhubaneswar
Friday, April 19, 2024
Homeଓଡିଶାୱେବସାଇଟ୍‌ରେ ଉପଲବ୍ଧ ହେଲା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ: ୧୫ ହଜାର ୧୫୧ ପରୀକ୍ଷାର୍ଥୀଙ୍କ ପାଇଁ...

ୱେବସାଇଟ୍‌ରେ ଉପଲବ୍ଧ ହେଲା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ: ୧୫ ହଜାର ୧୫୧ ପରୀକ୍ଷାର୍ଥୀଙ୍କ ପାଇଁ ୫୦୪ ସେଣ୍ଟର

ୱେବସାଇଟ୍‌ରେ ଉପଲବ୍ଧ ହେଲା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ: ୧୫ ହଜାର ୧୫୧ ପରୀକ୍ଷାର୍ଥୀଙ୍କ ପାଇଁ ୫୦୪ ସେଣ୍ଟର
କଟକ :ଓଡ଼ିଶା ମାଧ୍ୟମିକ ଶିକ୍ଷାପରିଷଦ ୱେବସାଇଟ୍‌ରେ ଅଫ୍ ଲାଇନ୍ ମାଟ୍ରିକ୍ ପରୀକ୍ଷା,ଷ୍ଟେଟ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍‌ଓଏସ୍‌ସି), ମଧ୍ୟମା ଏବଂ ପତ୍ରବିନିମୟ ପରୀକ୍ଷାର୍ଥୀଙ୍କ ଲାଗି ଆଡମିଟ୍‌କାର୍ଡ ଉପଲବଧ୍ ହୋଇଛି । ପରୀକ୍ଷାର୍ଥୀମାନେ www.bseodisha.ac.in. ୱେବସାଇଟ୍‌ରୁ ଡାଉନଲୋଡ କରି ସେମାନଙ୍କ ଆଡମିଟ୍ କାର୍ଡ ପାଇପାରିବେ । ଏଥି ସହିତି ପ୍ରଧାନଶିକ୍ଷକମାନେ ୱେବସାଇଟ୍‌ରୁ ଆଡମିଡ୍ କାର୍ଡ ନେଇ ପରୀକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟ ସ୍ତରରେ ଦେଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ପତ୍ରବିନିମୟ କୋର୍ସ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟ୍‌କୁ ଯାଇ ସେମାନଙ୍କ ପିତାଙ୍କ ନାମ ଏବଂ ନିଜ ନାମ ଲେଖି ଆଡମିଟ୍ କାର୍ଡ ଡାଉନଲୋଡ କରି ପାଇପାରିବେ ବୋଲି ବୋର୍ଡରୁ ସୂଚନା ମିଳିଛି । ଆସନ୍ତା ୩୦ ତାରିଖରୁ ହେବାକୁ ଥିବା ଅଫ୍ ଲାଇନ୍ ପରୀକ୍ଷା ବ୍ୟବସ୍ଥାରେ ବିଭିନ୍ନ ବର୍ଗର ମୋଟ ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫୦୪ଟି ସେଣ୍ଟର କରାଯାଇଛି ।ଏଥିରେ ୬୫୯୭ ଜଣ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ୨୭୮ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ୮୪୯୩ ଜଣ ଓପନ୍ ସ୍କୁଲ୍ ପରୀକ୍ଷାର୍ଥୀଙ୍କ ପାଇଁ ୨୨୨ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି । ସେହିପରି ୬୧ ଜଣ ମଧ୍ୟମା ପରୀକ୍ଷାର୍ଥୀଙ୍କ ଲାଗି ୪ ଟି ସେଣ୍ଟର ରହିଛି । ଆସନ୍ତା ଜୁଲାଇ ୩୦ତାରିଖରୁ ଆରମ୍ଭ ହେବାକୁ ଥିବା ଉକ୍ତ ଅଫ୍ ଲାଇନ୍ ପରୀକ୍ଷା ଲାଗି ୨୫ ତାରଖରୁ ବୋର୍ଡ ଅଫିସ୍‌ରୁ ପ୍ରଶ୍ନପତ୍ର ଏବଂ ଓଏମ୍‌ଆର ସିଟ୍ ଆଦି ପରୀକ୍ଷା ସେଣ୍ଟରକୁ ପଠାଯିବ ବୋଲି ଜଣାପଡ଼ିଛିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking