29.4 C
Bhubaneswar
Thursday, April 18, 2024
Homeଓଡିଶାଆସନ୍ତାକାଲିଠାରୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା

ଆସନ୍ତାକାଲିଠାରୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ଏନେଇ ବୋର୍ଡ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇ ସାରିଛି । ପରୀକ୍ଷାର କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତ ବର୍ଷ ଭଳି ଚଳିତ ବର୍ଷ ଯେଭଳି ପ୍ରଶ୍ନ ପତ୍ର ଭାଇରାଲ ନହୁଏ ସେଥିପ୍ରତି ବୋର୍ଡ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦିଆଯିବ । ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କଡା ସୁରକ୍ଷା ମଧ୍ୟରେ ଲକରରେ ପ୍ରଶ୍ନପତ୍ର ରହିଥିବା ବେଳେ ଅନେକ ସେନସିଟିଭ୍ ସେଣ୍ଟରରେ ସିସିଟିଭି ମଧ୍ୟ ଲଗା ଯାଇଛି । ୧୯ରୁ  ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ  ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  ପରୀକ୍ଷା ପାଇଁ ୨,୮୮୮ ଟି କେନ୍ଦ୍ରକୁ ଚିହ୍ନଟ କରାଯାଇଥିବା ବେଳେ ୩୦୭ଟି ନୋଡାଲ ସେଣ୍ଟର ମଧ୍ୟ ସ୍ଥିର କରାଯାଇଛି । ୨୨ଟି ପୋଲିସ୍ ଷ୍ଟେସନକୁ ଏଥର ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି । ନୋଡାଲ ସେଣ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ । ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଫ୍ଲାଇଂ ସ୍କ୍ୱାର୍ଡ, ବୋର୍ଡ ଓ ଜିଲ୍ଲା ପ୍ରଶାସନ ଭଳି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ୮୯୧ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି ।
https://onakhabar.com/2020/02/18/dead-body-of-a-old-woman/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking