32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗମାଟ୍ରିକ୍ ପରୀକ୍ଷା; ପ୍ରତି ବିଷୟ ପାଇଁ ୮୦ ନମ୍ବର

ମାଟ୍ରିକ୍ ପରୀକ୍ଷା; ପ୍ରତି ବିଷୟ ପାଇଁ ୮୦ ନମ୍ବର

ଭୁବନେଶ୍ୱର : ପ୍ରତି ବିଷୟରେ ୮୦ମାର୍କ ହେବ ମାଟ୍ରିକ୍ ପରୀକ୍ଷା । ୫୦ ମାର୍କର ଓଏମ୍‌ଆର୍ ଅବ୍‌ଜେକ୍ଟଭି   ପ୍ରଶ୍ନ  ଓ ୩୦ ମାର୍କ ସବ୍‌ଜେକ୍ଟିଭ  ପ୍ରଶ୍ନ ରହିବ । କିନ୍ତୁ ପରୀକ୍ଷା ଫଳ ପ୍ରକାଶ ବେଳେ ୧୦୦ମାର୍କରୁ ମୂଲ୍ୟାୟନ କରାଯିବ ବୋଲି ଜଣାପଡ଼ିଛି । ୮୦ମାର୍କରୁ ପରୀକ୍ଷାର୍ଥୀ ପାଇଥିବା ନଂ ଅବଶିଷ୍ଟ ୨୦ରୁ ହିସାବ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅନ୍ୟପକ୍ଷରେ ହଷ୍ଟେଲ ଖୋଲିବ କି ନାହିଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢା ହେବ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ପାଠ ପଢା ହେବ । ସେହିଭଳି ଦ୍ୱାଦଶ ଶ୍ରଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ପାଠପଢା ହେବ । ଅନ୍ୟପଟେ ମେ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମେ ୩ରୁ ୧୫ ଯାଏଁ ମାଟ୍ରିକ (ଦଶମ) ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ମେ ୧୫ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ମେ ୧୫ରୁ ଆରମ୍ଭ ହୋଇ ଜୁନ ୧୧ ଯାଏଁ ପରୀକ୍ଷା ଚାଲିବ । ଏପ୍ରିଲ ୨୯ରୁ ମେ ୧୪ ଯାଏଁ ଦ୍ୱାଦଶ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା ହେବ । ଏସବୁକୁ ବାଦ ଦେଲେ ଉଭୟ ଦଶମ ଓ ଦ୍ୱାଦଶ ପାଇଁ ଶହେ ଦିନ ପାଠ ପଢା ହେବ । ଉଭୟ ଶନିବାର ଏବଂ ରବିବାର ଦିନ ପାଠପଢା ପାଇଁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking