37.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗମେ’ ୩ରୁ ୧୫ ଯାଏ ମାଟ୍ରିକ ପରୀକ୍ଷା

ମେ’ ୩ରୁ ୧୫ ଯାଏ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ସୂଚୀ ନେଇ ଗଣଶିକ୍ଷା ବିଭାଗ ସୂଚନା ପ୍ରଦାନ କରିଛି । ମିଳିଥିବା ସୂଚନା ମୁତାବକ, ମେ ୩ ତାରିଖରୁ ୧୫ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମେ’ ୩ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା ଅନୁଷ୍ଠିତ ହେବ । ମେ ୩ରୁ ୧୫ ଯାଏଁ ଓଡିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ । ସୂଚନାଯୋଗ୍ୟ ଯେ , ରାଜ୍ୟରେ ଆସନ୍ତା ଜାନୁଆରୀ ୮ ତାରିଖ ଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । ଉଭୟ ଶ୍ରେଣୀ ପାଇଁ ୧୦୦ ଦିନ ପାଠପଢା ହେବ। ରବିବାର ଦିନ ମଧ୍ୟ ପଠାପଢା ହେବ ବୋଲି ଘୋଷଣା ହୋଇଛି । ଅନ୍ୟପକ୍ଷରେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ତାରିଖ ଯାଏଁ ପାଠପଢା ହେବ । ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଚାରିଖ ଯାଏ ପାଠପଢା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking