28.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରସୂତିଙ୍କ ଦେହରେ ଛାଡ଼ିଲେ ଗଜ୍‌କନା: ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଘେରିଲେ ସମ୍ପର୍କୀୟ

ପ୍ରସୂତିଙ୍କ ଦେହରେ ଛାଡ଼ିଲେ ଗଜ୍‌କନା: ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଘେରିଲେ ସମ୍ପର୍କୀୟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଅଭିଯୋଗ କରି ଡାକ୍ତରଖାନାରେ ଜଣେ ରୋଗୀଙ୍କ ପରିବାର ଲୋକମାନେ ବିକ୍ଷୋଭ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଡୁମେରଗୁଡା ଗାଁର ବିଶେକ ବେହେରାଙ୍କ ସ୍ତ୍ରୀ ଦେବନ୍ତଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ମେ ୧୭ରେ ପରିବାର ଲୋକେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେହିଦିନ ହିଁ ଦେବନ୍ତୀଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପ୍ରସବ ସରିବା ପରେ ପ୍ରସବ ଦ୍ୱାରରେ ଡାକ୍ତର ଓ ନର୍ସ ଗଜକନା ଛାଡି ଦେଇଥିଲେ । ଦେବନ୍ତୀଙ୍କୁ ମେ ୨୦ ତାରିଖରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । କିନ୍ତୁ ପ୍ରସବ ଦ୍ୱାରରେ ଗଜକନା ଛାଡି ଦେଇଥିବା ନେଇ ମେଡ଼ିକାଲ କର୍ମଚାରୀ କୌଣସି ସୂଚନା ଦେଇନଥିଲେ ।

କିଛି ଦିନ ପରେ ଦେବନ୍ତୀଙ୍କ ପେଟ ଯନ୍ତ୍ରଣା ହୋଇଥିଲା ପରିବାରଲୋକେ ତାଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦେବନ୍ତୀଙ୍କର ଅଲ୍‌ଟ୍ରାସାଉଣ୍ଡ ପରେ ଡାକ୍ତର ଜାଣିବାକୁ ପାଇଥିଲେ ଯେ ଦେବନ୍ତୀଙ୍କ ପ୍ରସବ ଦ୍ୱାର ଭିତରେ ଗଜକନା ରହିଛି । ପରେ ଧର୍ମଗଡ଼ ଡାକ୍ତରଖାନାରେ ଦେବନ୍ତୀଙ୍କ ଗଜକନା କଢାଯାଇଥିଲା । ଏନେଇ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ଦେବନ୍ତୀର ପରିବାର ସଦସ୍ୟମାନେ ୧୮ ତାରିଖ ଦିନ ଭବାନୀପାଟଣା ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିକ୍ଷୋଭ କରିବା ସହିତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା . କସ୍ତୁରୀ ମିଶ୍ର କହିଛନ୍ତି ଯେ ଘଟଣା ବିଷୟରେ ତଦନ୍ତ ନିର୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking