32.1 C
Bhubaneswar
Thursday, March 28, 2024
Homeକରୋନାମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାକୁ ଆଜିଠାରୁ ବନ୍ଦ କରାଗଲା

ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାକୁ ଆଜିଠାରୁ ବନ୍ଦ କରାଗଲା

ଜମ୍ମୁ : କରୋନା ଭୁତାଣୁ ପାଇଁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ଆଜିଠାରୁ ବନ୍ଦ କରାଯାଇଛି। ଏହା ସହିତ ଜାମ୍ମୁ କାଶ୍ମୀରକୁ ଆସୁଥିବା ଏବଂ ଯାଉଥିବା ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାପୂର୍ବରୁ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ବୈଷ୍ଣୋ ଦେବୀ ଧାମରେ ​​ଥିବା ଅର୍ଦ୍ଧକୁମାରୀ ପ୍ରାକୃତିକ ଗୁମ୍ଫାକୁ ବନ୍ଦ କରାଯାଇଥିଲା। ଅନ୍ୟପକ୍ଷରେ ଶ୍ରୀନଗର ଏନଆଇଟି ପରେ ମଙ୍ଗଳବାର ଦିନ ଜାମ୍ମୁରେ ଆଇଆଇଟି ଏବଂ ଆଇଆଇଏମ୍ ମଧ୍ୟ ବନ୍ଦ କରିଦିଆଯାଇଥିଲା। ସ୍ଥାନୀୟ ହଷ୍ଟେଲଗୁଡ଼ିକୁ ଖାଲି କରାଯାଇ ଛାତ୍ରମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମୁବାରକ ମଣ୍ଡି ଡୋଗ୍ରା ଆର୍ଟ ମ୍ୟୁଜିୟମ ଏବଂ ଶ୍ରୀନଗର ଏସପିଏସ ସଂଗ୍ରହାଳୟକୁ ବନ୍ଦ ରଖାଯାଇଛି। ଏହାର ଅନୁସନ୍ଧାନ ଲାଇବ୍ରେରୀ ମଧ୍ୟ ବନ୍ଦ ରହିଛି। ସଚିବାଳୟ ମଧ୍ୟକୁ ସାଧାରଣ ଲୋକଙ୍କ ଗତିବିଧି ଉପରେ କଟକଣା ଲଗାଯାଇଛି। ଜାମ୍ମୁ ଏବଂ କାଠୁଆର ଡିସି କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି।
https://onakhabar.com/2020/03/18/corona-updates-15/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking