28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବୈଷ୍ଣୋଦେବୀଙ୍କ ଦର୍ଶନ ବେଳେ ଭୂସ୍ଖଳନରେ ଶ୍ରଦ୍ଧାଳୁ ଆହତ

ବୈଷ୍ଣୋଦେବୀଙ୍କ ଦର୍ଶନ ବେଳେ ଭୂସ୍ଖଳନରେ ଶ୍ରଦ୍ଧାଳୁ ଆହତ

ନୂଆଦିଲ୍ଲୀ: ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିଥିବା ୩ ଜଣ ଶ୍ରଦ୍ଧାଳୁ ଭୂସ୍ଖଳନରେ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କ ଚିକିତ୍ସା ପାଇଁ ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରାଇନ ବୋର୍ଡର ନାରାୟଣ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ଶ୍ରଦ୍ଧାଳୁମାନେ ହେଲେ ଓମପ୍ରକାଶ (୪୯), ମୁକେଶ କୁମାର (୨୮) ଓ ଆମେରିକା ସିଂହ (୪୫) । ଏମାନେ ସମସ୍ତେ ଲଖନଉରୁ ଆସିଥିଲେ । ଆହତମାନଙ୍କ ଚିକିତ୍ସା ଜାରି ରହିଛି । ସମସ୍ତଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।
ଗତକାଲି ବିଳମ୍ବିତ ରାତିରେ ଯେତେବେଳେ ଶ୍ରଦ୍ଧାଳୁମାନେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ମନ୍ଦିର ଆଡ଼କୁ ଯାଉଥିଲେ, ସେତେବେଳେ ବୈଷ୍ଣୋଦେବୀର ବ୍ୟାଟେରି କାର ମାର୍ଗରେ ଭୁସ୍ଖଳନ ହୋଇଥିଲା । ତିନି ଜଣ ଶ୍ରଦ୍ଧାଳୁ ଭୂସ୍ଖଳନ ସଂସ୍ପର୍ଶରେ ଆସିଥିଲେ । ରାସ୍ତାରେ ଯାତ୍ରୀମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ଆଶ୍ରୟସ୍ଥଳୀଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ସଡ଼କରେ ନିର୍ମାଣ କରାଯାଇଥିବା ସେଡ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂସ୍ଖଳନ ସୂଚନା ମିଳିବା ପରେ ପ୍ରାକୃତିକ ବିପର‌୍ୟ୍ୟୟ ପରିଚାଳନା ଟିମ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଶ୍ରାଇନ ପ୍ରଶାସନର କର୍ମଚାରୀ ଏବଂ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ଥିଲେ । ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking