28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଉତ୍ତରକାଶୀରେ ଭୟଙ୍କର ଭୁସ୍ଖଳନ: ଫସିଛନ୍ତି ୪୦୦ ରୁ ଅଧିକ ତୀର୍ଥଯାତ୍ରୀ

ଉତ୍ତରକାଶୀରେ ଭୟଙ୍କର ଭୁସ୍ଖଳନ: ଫସିଛନ୍ତି ୪୦୦ ରୁ ଅଧିକ ତୀର୍ଥଯାତ୍ରୀ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ପିଥୌରାଗଡ଼ରେ ଭୂସ୍ଫଖଳନ ଯୋଗୁଁ ୪୦ ଯାତ୍ରୀ ଫସିଛନ୍ତି । ଜିଲ୍ଲା ପ୍ରଶାସନ ରାଜମାର୍ଗରେ ଯାତାୟାତ ବନ୍ଦ କରିଛି । ସେହିଭଳି ଉତ୍ତରକାଶୀରେ ଗଙ୍ଗୋତ୍ରୀ ଧାମରୁ ଫେରୁଥିବା ରାଜସ୍ଥାନର ୪୦୦ ତୀର୍ଥ ଯାତ୍ରୀ ମଧ୍ୟ ଭୂସ୍ଖଖଳନ ଯୋଗୁଁ ଫସିଛନ୍ତି ।

ପିଥୌରାଗଡ଼ ଜିଲ୍ଲାର ଧାରଚୁଲାରେ ଭୂସ୍ଖଳନର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ଏଠାରେ ତବାଘାଟ ଲିପୁଲେଖ ସଡ଼କରେ ନଜଙ୍ଗ ନିକଟରେ ହଠାତ୍ ପାହାଡ଼ର ଏକ ବଡ଼ ଅଂଶ ଖସିପଡ଼ିଛି । ଅବଶ୍ୟ ଏହି ଭୁସ୍ଖଳନ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ଭୁସ୍ଖଳନ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ତେବେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଉଦ୍ୟମ ଜାରି ରଖିଛି । ଉତ୍ତରାଖଣ୍ଡ ପ୍ରଶାସନ ଅନୂଯାୟୀ, ଉତ୍ତରକାଶୀ ଏବଂ ହର୍ଷିଲ ମଧ୍ୟରେ ରାସ୍ତା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହୋଇଛି । ଫଳରେ ଏଠାରେ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟମାନଙ୍କର ତୀର୍ଥଯାତ୍ରୀ ଫସିରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking