ଇରାକ: ଇରାକର ସପିଂ ମଲରେ ଏକ ବଡ଼ ଅଗ୍ନିକାଣ୍ଡ ଘଟି ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗୁରୁବାର ଦିନ ୱାସିଟ୍ ପ୍ରଦେଶ ରାଜ୍ୟପାଳ ମହମ୍ମଦ ଅଲ୍-ମିଆହିଙ୍କ ଉଦ୍ଧୃତି ଦେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇରାକର ଅଲ୍-କୁଟ୍ ସହରର ଏକ ହାଇପରମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ଅନଲାଇନରେ ଭାଇରାଲ ହୋଇଥିବା ଅସମର୍ଥିତ ଭିଜୁଆଲ୍ଗୁଡ଼ିକରେ ଏକ କୋଠାର ଏକ ବଡ଼ ଅଂଶ ଜଳୁଥିବା ଏବଂ ଧୂଆଁ ବାହାରୁଥିବାର ଦେଖାଯାଇଥିଲା।
“ଆମେ ୫୯ ଜଣ ପୀଡିତଙ୍କ ଏକ ତାଲିକା ପ୍ରସ୍ତୁତ କରିଛୁ ଯାହାଙ୍କ ପରିଚୟ ନିଶ୍ଚିତ କରାଯାଇଛି, କିନ୍ତୁ ଗୋଟିଏ ମୃତଦେହ ଏତେ ଖରାପ ଭାବରେ ପୋଡ଼ିଯାଇଛି ଯେ ତାହାକୁ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଇଛି,” ସହରର ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଆହୁରି ମୃତଦେହ ଉଦ୍ଧାର କରାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ, କିନ୍ତୁ ପ୍ରାରମ୍ଭିକ ତଦନ୍ତ ଫଳାଫଳ ଦୁଇ ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି ଇରାନର ଗଣମାଧ୍ୟମ ରିପୋର୍ଟ କରିଛି।“ଆମେ କୋଠା ଏବଂ ମଲର ମାଲିକଙ୍କ ବିରୁଦ୍ଧରେ ମାମଲା ଦାୟର କରିଛୁ,” ରାଜ୍ୟପାଳଙ୍କ ଉଦ୍ଧୃତିରେ କହିଛି।










