27.1 C
Bhubaneswar
Thursday, April 25, 2024
Homeଓଡିଶାସମୂହ ଆତ୍ମହତ୍ୟା କରିବାର ଚେତାବନୀ ଦେଲେ ଗ୍ରାମବାସୀ

ସମୂହ ଆତ୍ମହତ୍ୟା କରିବାର ଚେତାବନୀ ଦେଲେ ଗ୍ରାମବାସୀ

ଗଜପତି : ଗଜପତି ଜିଲ୍ଲା ଓ କାଶୀନଗର ଆମ ବ୍ଲକ ପ୍ରତି ୍ରବହେଳା । ଓଡିଶା ସରକାର କି ଗଜପତି ଜିଲ୍ଲା ପ୍ରଶାସନ ଆମ ଦୁଃଖ ଶୁଣିବାକୁ ନାରାଜ । ଆମର ଦାବୀ ପୂରଣ ପାଇଁ ଅନିଛୁକ । ଯଦି ଏଭଳି ପରିସ୍ଥିତ ଲାଗି ରହେ, ନେରେଡି ବ୍ୟାରେଜ୍ ନିର୍ମାଣ ସ୍ଥଳରେ ଆମେ ସମୂହ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ ବା ଓଡିଶା ଛାଡି ଆନ୍ଧ୍ରରେ ମିଶିଯିବାକୁ ଉଦ୍ୟମ କରିବୁ । ଏଭଳି କିଛି କଥା କହିଛନ୍ତି ସାରା, ବାଡିଗାଁ ଓ ପାଲ୍‌ସିଂ ଗ୍ରାମବାସୀ । ସୂଚନା ଅନୁଯାୟୀ, ବଂଶଧାରା ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଚୂଡାନ୍ତ ରାୟ ଶୁଣାଇ ସାରିଛନ୍ତି । ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ଆନ୍ଧ୍ରକୁ ଅନୁମତି ମିଳିସାରିଛି । ରାୟର ନକଲ ସ୍ଥାନୀୟ ରାଜସ୍ୱ ପ୍ରଶାସନ ନିକଟରେ ଏଯାଏଁ ପହଞ୍ôଚ ନଥିଲେ ବି ନେଟ୍‌ରୁ ଆମେ ତାର ପ୍ରତିଟି ପୃଷ୍ଠା ପଢିଛୁ । ଓଡିଶାର ୧୦୬ ଏକର ଜମି ଅଧି ଗ୍ରହଣ କରି ଆନ୍ଧ୍ର ସରକାରଙ୍କୁ ଦେବା ପାଇଁ ସେଥିରେ ଉଲ୍ଲେଖ ଅଛି । ଏଇଠି ପ୍ରଶ୍ନ ଉଠିଛି ପଲ୍ଲୀସଭା ନକରି ଓଡିଶା ସରକାର ପ୍ରଭାବିତ ହେବାକୁ ଥିବା ଲୋକଙ୍କ ଜମି ଅଧିଗ୍ରହଣ କରିପାରିବେ କି ? ନେରେଡି ନିର୍ମାଣ ଦ୍ୱାରା ଓଡିସାର ମାତ୍ର ୧୦୬ ଏକର ଜମି ଜଳମଗ୍ନ ହେବା ନା ଆହୁରି ଅଧିକ କ୍ଷୟକ୍ଷତିର ସାମ୍ନା କରିବାକୁ ପଡିବ ? ନିଶ୍ଚୟ ଅଧିକ ବୋଲି ଦୃଢତାର ସହ କହିଛନ୍ତି ଗ୍ରାମବାସୀ । ସେମାନଙ୍କ ମତରେ ଅତି ପୁରୁଣା ଏକ ସର୍ଭେ ରିପୋର୍ଟ ଆଧାରରେ ଟ୍ରିବ୍ୟୁନାଲ ୧୦୬ ଏକର ଜମି ଅଧି ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ସର୍ଭେ ହେଲେ ପାଖାପାଖି ହଜାରେ ଏକରରୁ ଅଧିକ ଜମି ଜଳମଗ୍ନ ହେବାର ସମ୍ଭାବନା ସ୍ପଷ୍ଟ ହୋଇଯିବ । ଆନ୍ଧ୍ର ସରକାର କ୍ଷତିପୂରଣ ଦେବାକୁ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଥିବାରୁ ଓଡିଶା ସରକାର ଆମର ଦାବି ମୁତାବକ କ୍ଷତିପୂରଣ ଅର୍ଥ ଆନ୍ଧ୍ର ସରକାରଙ୍କ ଠାରୁ ଆଣି କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ ଦିଅନ୍ତୁ । ଯଦି ଲୋକଙ୍କୁ ବିସ୍ଥାପିତ କରିବା ପାଇଁ ସରକାର ନିଷ୍ପତ୍ତି ନିଅନ୍ତି, ତେବେ ସାରା, ବାଡିଗାଁ, ପାଲସିଂର ସମସ୍ତ ପରିବାରକୁ କୌଣସି ଏକ ଭଲ ସ୍ଥାନରେ ଆଧୁନିକ ସୁବିଧା ସୁଯୋଗ ଦେଇ ଥଇଥାନ କରାଯାଉ । କ୍ଷତିପୂରଣ ଦେବା ପରେ ଏହି ପଦକ୍ଷେପ ନେବାକୁ ସେମାନେ ଗଣମାଧ୍ୟମ ଜରିଆରେ ଓଡିଶା ସରକାରଙ୍କୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking