26.1 C
Bhubaneswar
Friday, March 29, 2024
Homeଓଡିଶାଗଣ ଦୁଷ୍ମର୍ମ ମାମଲା, ନିମ୍ନ ଅଦାଲତଙ୍କ ରାୟ ହାଇକୋର୍ଟରେ ଖାରଜ

ଗଣ ଦୁଷ୍ମର୍ମ ମାମଲା, ନିମ୍ନ ଅଦାଲତଙ୍କ ରାୟ ହାଇକୋର୍ଟରେ ଖାରଜ

କଟକ : ଏକ ଗଣ ଦୁଷ୍ମର୍ମ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ନିମ୍ନ ଅଦାଲତ ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡା ଦେଶ ହାଇକୋର୍ଟରେ ଖାରଜ ହୋଇଯାଇଛି । ଆବେଦନକାରୀ ତଥା ମାମଲାର ଅଭିଯୁକ୍ତ ଦିଲ୍ଲୀପ୍ ସ୍ୱାଇଁ ଓରଫ ଦିଲୁ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟର ବିଚାରପତି ଏସ୍‌କେ ମିଶ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ଏପରି ଆଦେଶକୁ ଖାରଜ କରିବା ସହ ଅଭିଯୁକ୍ତର ଅପିଲ୍‌କୁ ଗ୍ରହଣ କରିଛନ୍ତି । ଅନୁସୂଚିତ ଜାତିର ଜଣେ ପିତୃମାତୃହୀନ ଯୁବତୀକୁ ଗତ ୨୦୦୩  ସେପ୍ଟେମ୍ବର ୬ ତାରିଖରେ ଅଭିଯୁକ୍ତ ଓ ତାର ଅନ୍ୟ ଜଣେ ସହଯୋଗୀ ସେ ଶୋଇଥିବା ଅବସ୍ଥାରେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ଘଟଣା ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।

ଘଟଣାକୁ ନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ କରି ଦିଲୁ ସମେତ ଅନ୍ୟ ସହଯୋଗୀଙ୍କୁ ଗିରଫ କରି କୋର୍ଟରେ ଗତ ୨୦୦୪ ମାର୍ଚ୍ଚ ୧ ତାରିଖରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ । ଭୁବନେଶ୍ୱର ଅତିରିକ୍ତ ସେସନ୍ ଜଜ୍ ଏହି ମାମଲାର ଶୁଣାଣି କରି  ଅନୁସୂଚିତ ଜାତି ଓ ଜନଜାତି ଆଇନର ଦଫା ୩ (ଆଇଆଇ)(ଭି) ଓ ଆଇପିସିର ୩୭୬(୨)(ଜି) ଆଧାରରେ ଅଭିଯୁକ୍ତକୁ ଗତ ୨୦୧୨ ଜାନୁଆରୀ ୧୯ତାରିଖରେ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଥିଲେ । ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଦିଲୁ ହାଇକୋର୍ଟରେ ଆବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking