26.1 C
Bhubaneswar
Friday, March 29, 2024
Homeଓଡିଶାଖୁବଶୀଘ୍ର ଖୋଲିବ ସ୍କୁଲ, ଚାଲିଛି ଏସଓପି ପ୍ରସ୍ତୁତି

ଖୁବଶୀଘ୍ର ଖୋଲିବ ସ୍କୁଲ, ଚାଲିଛି ଏସଓପି ପ୍ରସ୍ତୁତି

ଭୁବନେଶ୍ୱର : ଗତ ମାସକ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ବହୁମାତ୍ରାରେ ହ୍ରାସ ପାଇଥିବାରୁ ସ୍କୁଲ ଖୋଲିବା ନେଇ ଯୋଜନା କରୁଛି ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ପ୍ରସ୍ତୁତି ଚାଲିଛି । ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଯଦି ସଂକ୍ରମଣ ଆଉ ବୃଦ୍ଧି ନପାଏ, ତେବେ ଅକ୍ଟୋବର ମାସ ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇପାରେ । ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏନେଇ ବିଶଦ ଆଲୋଚନା ହୋଇଥିଲା । ସ୍କୁଲ ଖୋଲିବା ନେଇ ଯେକୌଣସି ସମୟରେ ନିଷ୍ପତ୍ତି ନିଆଯାଇପାରେ । ରାଜ୍ୟ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ତେଣୁ କ୍ୟାମ୍ପସ ସହ କ୍ଲାସରୁମ୍ ସଫେଇ ଉପରେ ପ୍ରାଥମିକତା ଦେବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପ୍ରାଥମିକ ବିଦ୍ୟାଳୟ ଖୋଲିବା ସପକ୍ଷରେ ବିଶେଷଜ୍ଞମାନେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇସାରିଛନ୍ତି । ଏହାଛଡ଼ା ପ୍ରାଥମିକ ବିଦ୍ୟାଳୟର ୬ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋ ଅଧ୍ୟକ୍ଷା ମଧ୍ୟ ମାସକ ପୂର୍ବରୁ ଗଣଶିକ୍ଷି ସଚିବଙ୍କୁ ଚିଠି ଲେଖି ପ୍ରସ୍ତାବ ମଧ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking