31.1 C
Bhubaneswar
Saturday, April 20, 2024
HomeUncategorizedଲକ୍ ଡାଉନ ବିଭାଘର’ରେ ବାନ୍ଧି ହେଉଛନ୍ତି ବର-କନ୍ୟା

ଲକ୍ ଡାଉନ ବିଭାଘର’ରେ ବାନ୍ଧି ହେଉଛନ୍ତି ବର-କନ୍ୟା

ରାଉରକେଲା: ଦିନକୁ ଦିନ ସାରା ରାଜ୍ୟରେ କରୋନାର କରାଳ ରୂପ ବିସ୍ତାର ହେବାରେ ଲାଗିଛି । କରୋନା ମହାମାରୀ ପୂର୍ବରୁ ବିଭାଘର ପାଇଁ ତାରିଖ ସ୍ଥିରିକୃତ ହୋଇ ସାରିଥିଲେ ସୁଦ୍ଧା କରୋନା ଯୋଗୁ  ବିଭାଘର ଯାକଜମକରେ ହୋଇ ନପାରିବା କାରଣରୁ ଅନେକ ବିଭାଘର ସ୍ଥଗିତ ରହିଛି । ଅପରପକ୍ଷରେ ଭବିଷ୍ୟତରେ କରୋନା ବଢିବା ଆଶଙ୍କା ନେଇ କିଛି ଅଭିଭାବକ ବର-କନ୍ୟାଙ୍କୁ ନେଇ ମନ୍ଦିରରେ ବିଭାଘର ସମ୍ପନ୍ନ କରୁଥିବା ଜଣାପଡ଼ିଛି । ଏସବୁ ବିଭାଘର ବିନା ବାଜା, ମହୁରୀ, ରୋଶଣୀରେ ହେଉଛି । ବିଭାଘରରେ ମାତ୍ର ୫୦ ଜଣ ଅତିଥି ସାମିଲ ହୋଇ ପାରିବେ ବୋଲି ଗାଇଡ଼ ଲାଇନ ରହିଛି । ମାତ୍ର କେତେକସ୍ଥଳେ ୭୦ରୁ ୮୦ ଅତିଥି ବିଭାଘରରେ ସାମିଲ ହେଉଥିବା ଜଣାପଡ଼ିଛି । ବରକନ୍ୟାଙ୍କ ବିବାହ ସମ୍ପନ୍ନ ହେବା ପରେ ମନ୍ଦିରରୁ ବିଦାୟ ନେଉଛନ୍ତି ନବ ଦମ୍ପତି । ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ସ୍ଥାନୀୟ ଥାନା ଅନୁମତିରେ ପ୍ରାୟ ୫୦ରୁ ଉର୍ଦ୍ଧ ବିଭାଘର କରୋନା ଲକ ଡାଉନ ସମୟରେ ହୋଇ ସାରିଥିବା ଜଣାପଡ଼ିଛି । କରୋନା ଯୋଗୁ ବରଯାତ୍ରୀ ନେଇ ବର ଶୋଭାଯାତ୍ରାରେ ଆସି ନପାରିବା, ଭୋଜି ଭାତର ବ୍ୟାପକ ଆୟୋଜନ ହୋଇ ନପାରିବା ବିଭାଘର ରୁତୁକୁ ଫିକା କରି ଦେଇଛି । ଅପରପକ୍ଷରେ, ବିଭାଘରରେ କରୋନା ଛାଟ ଯୋଗୁ ବିଭିନ୍ନ ଟେଂଟ ହାଉସ ମାଲିକ, ଡିଜେ ଓ ବ୍ୟାଣ୍ଡ ପାର୍ଟି ମାଲିକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସେପଟେ କରୋନା କେବେ ଅପସରି ଯିବ ଓ ଯାକଜମକରେ କିଭଳି ବିବାହ ସମ୍ପନ୍ନ ହେବ ଏହାକୁ ଅପେକ୍ଷା କରି ରହିଛନ୍ତି ବହୁ ବର ଓ କନ୍ୟାର ଅଭିଭାବକ ।

ରାଉରକେଲା ଲକଡ଼ାଉନ :  ନିୟମ ମାନିବାକୁ ଅନୁରୋଧ କଲେ କମିଶନର

ରାଉରକେଲା: ଶୁକ୍ରବାର ରାତି 9ଟାରୁ ରାଉରକେଲାରେ ଲକଡାଉନ ଲାଗୁ ହୋଇଛି । ତେଣୁ ଜନସାଧାରଣମାନଙ୍କୁ ଲକଡାଉନ ନିୟମ ମାନିବା ପାଇଁ ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡା ଅନୁରୋଧ କରିଛନ୍ତି । ଅତ୍ୟାବଶ୍ୟକ କାମ ନ ଥିଲେ ଲାକଡାଉନ ସମୟରେ ଘରୁ ନ ବାହାରିବା ପାଇଁ କମିଶନର କହିଛନ୍ତି । ଲୋକମାନେ ଲକଡାଉନ ନିୟମ ପାଳନ କରି ଘରୁ ନ ବାହାରିଲେ କୋରୋନା ମୁକାବିଲାରେ ଆମେ ସମର୍ଥ ହେବୁ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ଯାଇ ପାରିବେ କିନ୍ତୁ ଅନାବଶ୍ୟକ ଭାବରେ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking