30.1 C
Bhubaneswar
Thursday, April 25, 2024
Homeଓଡିଶାନିରାଡ଼ମ୍ବରରେ ବିବାହ ସଂପନ୍ନ

ନିରାଡ଼ମ୍ବରରେ ବିବାହ ସଂପନ୍ନ

 ମୟୂରଭଞ୍ଜ(ଘାସିରାମ ବେହେରା) – ବିବାହ ବନ୍ଧନରେ ବାନ୍ଧିହେଲେ ଗଣମାଧ୍ୟମ ପ୍ରତିନିଧି। ନିରାଡ଼ମ୍ବର ଭାବେ ଶେଷହେଲା ବିବାହର ସମସ୍ତ ରୀତିନୀତି। ରାଇରଙ୍ଗପୁର ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ହେଲା ବାହାଘର । ପୂର୍ବ ନିର୍ଦ୍ଧାରିତ ଦିନ ଓ ସମୟ ଅନୁସାରେ ବାହାଘର ଅନୁଷ୍ଠିତ ହୋଇଗଲା ସିନା କିନ୍ତୁ ବଦଳିଗଲା ସ୍ଥାନ ଆଉ ନ ଥିଲେ ବରଯାତ୍ରୀ, କି ଫୁଟିଲାନି ବାଣରୋଶଣୀ ବାଜିଲାନି ଶୁଭ ଶାହାନାଇ କି ବ୍ୟାଣ୍ଡବାଜାରେ । ତେବେ କରୋନା କଟକଣା ଯୋଗୁଁ ଶେଷରେ ନିରାଡମ୍ବର ସହ ସଂପନ୍ନ ହୋଇଛି ଗଣମାଧ୍ୟମ ପ୍ରତିନିଧିଙ୍କ ବାହାଘର।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଚିତ୍ରଡାଗ୍ରାମର ମହେନ୍ଦ୍ର ବେହେରାଙ୍କ ସୁପୁତ୍ର ବିଶ୍ବବନ୍ଦନ ବେହେରାଙ୍କ ସହ ରାଇରଙ୍ଗପୁର ସହର ୱାର୍ଡ ନଂ 10ର ଗଣେଶ ପ୍ରଜାପତିଙ୍କ ଝିଅ ଅରୁଣା ପ୍ରଜାପତିଙ୍କ ସହ ପଡିଛି ହାତଗଣ୍ଠି । ଲକଡାଉନ୍ ଯୋଗୁଁ ହୋଇପାରିଲା ନି ଧୁମଧାମରେ ବାହାଘର। କରୋନା କଟକଣାକୁ ଦୃଷ୍ଟିରେ ରଖି ବରକନ୍ୟା ମୁହଁରେ ମାସ୍କ ପିନ୍ଧି ମାତ୍ର ସାତଜଣ ଲୋକଙ୍କ ଉପସ୍ଥିତିରେ ସାମାଜିକଦୂରତା ବଜାୟରଖି ବିବାହକାର୍ଯ୍ୟର ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିବା ଦେଖିବାକୁ ମିଳିଛି ।ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ସ୍ନେହାଶିଷ ସାହୁ ଓ ମୋରଡା ବିଧାୟକ ରାଜକିଶୋର ଦାସଙ୍କ ଉପସ୍ଥିତିରେ ରାଇରଙ୍ଗପୁର ଏସଡିପିଅଙ୍କ କାର୍ଯ୍ୟାଳୟ ପରିସରରେ ନିରାଡମ୍ବର ସହକାରେ ବିବାହକାର୍ଯ୍ୟ ସମ୍ପନ୍ନ ହୋଇଛି। ତା ସହିତ ବରବଧୂଙ୍କ ଦାମ୍ପତ୍ୟଜୀବନ ସୁଖମୟ ହେବା କାମନା କରିଛନ୍ତି ଉଭୟ ପକ୍ଷର ବନ୍ଧୁବାନ୍ଧବ, ସାଙ୍ଗସାଥି, ସହଯୋଗୀ ଗଣମାଧ୍ୟମ ପ୍ରତିନିଧିମାନେ ଏବଂ ମୋରଡ଼ା ବ୍ଲକ ପ୍ରେସକ୍ଲବ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking