ତିନି ଛୁଆକୁ ଛାଡ଼ି ମା’ ଏମିତି କଲା….

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମା’ ତା’ର ତିନି ଛୁଆଙ୍କୁ ଛାଡ଼ି ସମ୍ପର୍କୀୟ ଦିଅର ସହ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, , ଦଶପଲ୍ଲା ଥାନା ଖମାରିସାହି ପଞ୍ଚାୟତ ଚକ୍ରଧରପୁର ଗ୍ରାମର ଜିତୁ ଖିଲାରଙ୍କ ପତ୍ନୀ ତଅପୋଈ ଖିଲାର ଗତ ୨୧ ତାରିଖରେ ତାଙ୍କ ଶାଶୂଙ୍କ ସହ ପୁଅକୁ ଧରି ଭଞ୍ଜନଗର କୃତ୍ତିବାସ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ପୁଅକୁ ଡାକ୍ତରଙ୍କୁ ଦେଖାଇବା ପରେ ବସଷ୍ଟାଣ୍ଡ ଆସିଥିଲେ । ମାତ୍ର ବସଷ୍ଟାଣ୍ଡରେ ଶାଶୂଙ୍କ ପାଖରେ ପୁଅକୁ ଛାଡ ତଅପୋଈ ପରିସ୍ରା ଯିବା ବାହାନାରେ କେଉଁଆଡ଼େ ପଳାଇଥିଲେ । ଦୀର୍ଘ ସମୟ ଧରି ଶାଶୂ ଅପେକ୍ଷା କରିଥିଲେ ମଧ୍ୟ ତଅପୋଈ ଫେରିନଥିଲେ । ଫଳରେ ଶାଶୂ ବସଷ୍ଟାଣ୍ଡ ପରିସରରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ପୁଅ ପାଖକୁ ଖବର ଦେଇଥିଲେ । ତଅପୋଈଙ୍କ ସ୍ୱାମୀ ଜିତୁ ଆସି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତଅପୋଇଙ୍କ ସନ୍ଧାନ ମିଳିନଥିଲା । ତେଣୁ ସେ ବାଧ୍ୟ ହୋଇ ଭଞ୍ଜନଗର ଥାନାରେ ଅଭିଯୋଗ କରିଛନ୍ତି । ଜିତୁଙ୍କ ଅଭିଯୋଗ ଅନୁସାରେ ତଅପୋଈ ପ୍ରତ୍ୟେକ ଦିନ ତାଙ୍କ ମାମୁ ପୁଅ ଭାଇ ତଥା ତିରିଗୋଚ୍ଛାର ପ୍ରଭାତ ବାରିକଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ । ତେଣୁ ତଅପୋଈ ତାଙ୍କ ସହ ଫେରାର୍ ହୋଇଥିବା ସନ୍ଦେହ କରାଯାଉଛି ।