31.1 C
Bhubaneswar
Friday, March 29, 2024
Homeଅପରାଧଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକାର ଆତ୍ମସମର୍ପଣ

ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକାର ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଛି ବଡ ସଫଳତା । ଦୁର୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକା ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଜିପ୍ରୋ ନାରେ ୯ଟି କେସ ରହିଥିବା ଏସପି କହିଛନ୍ତି । ଜିପ୍ରୋ ଗତ ୨୦୧୨ ରେ ମାଓ ସଂଘଠନରେ ସାମିଲ ହୋଇଥିବା ବେଳେ ମାଲକାନଗିରି ବିଶାଖା ବଡର ଡିଭିଜନ ଏରିଆ କମିଟି ମେମ୍ବର ଭାବେ କାର‌୍ୟ୍ୟ କରୁଥିଲା । ଜିପ୍ରୋ ନାମରେ ସରକାର ୪ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ଗତ ଜାନୁଆରୀ ୨୫ ଏବଂ ୨୬ ତାରିଖରେ ସ୍ୱାଭିମାନ ଅଞ୍ଚଳର ଯୋଡାଆମ୍ବ ଠାରେ ନକ୍ସଲ ଦ୍ୱାରା ଯେଉଁ ଘଟଣା ଘଟିଲା ସେଥିରେ ସେ ମର୍ମାହତ।ନକ୍ସଲ ନିରୀହ ଲୋକଙ୍କୁ ବ୍ୟବହାର କରୁଛନ୍ତି । ସ୍ୱାଭିମାନ ଅଞ୍ଚଳର ବିକାଶ ନକ୍ସଲ ଚାହୁନାହାନ୍ତି । ସ୍ୱାଭିମାନ ଅଞ୍ଚଳରେ ପୋଲିସ ଏବଂ ବି ଏସ ଏଫ ଘନ ଘନ ଚଢାଉରେ ନକ୍ସଲ ପଛ ଘୁଞ୍ଚା ଦେବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ବିକାଶ ଧାରାକୁ ସମର୍ଥନ କରି ସେ ଆତ୍ମସମର୍ପଣ କରିଥିବା କହିଥିଲା । ଗତ କାଲି ସ୍ୱାଭିମାନ ଅଞ୍ଚଳର ତୋଟାଗୁଡ଼ରେ ୨ଜଣ ଗ୍ରାମବାସୀଙ୍କୁ ହତ୍ୟା କରିବା ନେଇ ଚର୍ଚ୍ଚା ହେବା ପରେ ଏସପି ଙ୍କୁ ଏ ନେଇ ପ୍ରଶ୍ନ କରିବାରୁ ଏହା ମାଓବାଦୀଙ୍କ ଏକ ଚାଲ ବୋଲି କହିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ମାଓବାଦୀ ଜିପ୍ରୋକୁ ଘର ସହ ଆର୍ଥିକ ସହାୟତା ଏବଂ ଆତ୍ମ ନିର୍ଭରଶୀଳ କରାଯିବ ।
https://onakhabar.com/2020/02/12/helathminister/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking