27.1 C
Bhubaneswar
Thursday, April 25, 2024
Homeଓଡିଶାପାଇକମାଳ ଗନ୍ଧମାର୍ଦନ ଅଞ୍ଚଳରେ ମାଓବାଦୀ ପୋଷ୍ଟର

ପାଇକମାଳ ଗନ୍ଧମାର୍ଦନ ଅଞ୍ଚଳରେ ମାଓବାଦୀ ପୋଷ୍ଟର

ବରଗଡ଼ : ଦୀର୍ଘ ଦିନ ପରେ ବରଗଡ଼ ଜିଲ୍ଲା ପାଇକମାଳ ଗନ୍ଧମାର୍ଦନ ଅଞ୍ଚଳରେ ମାଓବାଦୀ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି।
ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପାଇକମାଳ ନୂଆପଡ଼ା ରାସ୍ତା କଡ଼ର ଚେରେଙ୍ଗାଝାଞ୍ଜ ବସ ଷ୍ଟାଣ୍ଡ ନିକଟରେ ରବିବାର ସକାଳେ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଲାଗି ଥିବା ଦେଖିବାକୁ ମିଳିଛି। ଆସନ୍ତା ୨ ରୁ ୮ ତାରିଖ ଯାଏଁ ପିଏଲଜିଏ ସପ୍ତାହ ପାଳନ କରିବାକୁ ଅନୁରୋଧ କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଦଳିତ ଆଦିବାସୀ ମୁଲସିମ ଅଳ୍ପ ସଂଖ୍ୟକଙ୍କୁ ସାହାଯ୍ୟ କରିବାକୁ , ବ୍ରାହ୍ମଣୀୟ ହିନ୍ଦୁ ଫାଶୀ ବାଦକୁ ବିରୋଧ, ଡ଼ିସେମ୍ବର ୬ ତାରିଖକୁ ହିନ୍ଦୁ ଫାଶୀ ବାଦ ବିରୋଧୀ ଦିବସ ଭାବେ ମାନିବାକୁ ପୋଷ୍ଟରରେ ଲେଖାଯାଇଛି। ଏହାସହ ଚେରେଙ୍ଗାଝାଞ୍ଜ ଗ୍ରାମ ନିକଟରେ ଲାଗିଥିବା ଏହି ପୋଷ୍ଟର ଅନିତି ଦୂରରେ ବରତୁଣ୍ଡା ଠାରେ ସିଆରପିଏଫ କ୍ୟାମ୍ପ ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking