29.4 C
Bhubaneswar
Thursday, April 18, 2024
Homeଓଡିଶାସାଧାରଣତନ୍ତ୍ର ଦିବସକୁ ବିରୋଧ କରି ନକ୍ସଲଙ୍କ ପୋଷ୍ଟର

ସାଧାରଣତନ୍ତ୍ର ଦିବସକୁ ବିରୋଧ କରି ନକ୍ସଲଙ୍କ ପୋଷ୍ଟର

ବଲାଙ୍ଗିର: ବଲାଙ୍ଗିର-ବରଗଡ଼ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲମାନେ ସକ୍ରିୟ ଥିବା ବେଳେ ଆଜି ପୋଷ୍ଟର ମାରି ନିଜ ଉପସ୍ଥିତିକୁ ଜାହିର କରିଛନ୍ତି। ସାଧାରଣତନ୍ତ୍ର ଦିବସକୁ ବିରୋଧ କରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବରିପାଲି ଗାଁରେ ଦୁଇଟି ନକ୍ସଲ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। କମ୍ୱିଂ ଅପରେସନ୍ ସମୟରେ ବରଗଡ଼ ଜିଲ୍ଲା ବୁଡ଼େନ ଥାନାର ପୁଲିସ୍ କର୍ମଚାରୀମାନେ ଏହି ପୋଷ୍ଟର ଦୁଇଟି ଦେଖିବାସହ ସେଗୁଡ଼ିକୁ ଜବତ କରିଥିଲେ। ପୋଷ୍ଟରରେ ସାଧାରଣତନ୍ତ୍ର ଦିବସକୁ ନକ୍ସଲମାନେ ବିରୋଧ କରି କଳାପତାକା ଉଡ଼ାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହାସହିତ ଗଣତନ୍ତ୍ର ନାଁରେ ହିଟଲର ଶାସନ ଚାଲିଛି ଏବଂ ସର୍ବହରା ମାନେ ଅବହେଳିତ ହୋଇ ରହୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
https://onakhabar.com/2020/01/26/rastrapati-padaka/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking