40.1 C
Bhubaneswar
Thursday, April 25, 2024
Homeଓଡିଶାଏଣିକି ରାଜ୍ୟ ବିଶ୍ୱବିଦ୍ୟାଳୟରେ ରହିବ ଓଡିଆ ଭାଷାରେ ନାମଫଳକ

ଏଣିକି ରାଜ୍ୟ ବିଶ୍ୱବିଦ୍ୟାଳୟରେ ରହିବ ଓଡିଆ ଭାଷାରେ ନାମଫଳକ

ଭୁବନେଶ୍ୱର: ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡିକରେ ଓଡ଼ିଆରେ ନାମଫଳକ ଲେଖିବାକୁ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଅତିରକ୍ତ ଶାସନ ସଚିବ ବୀରେନ୍ଦ୍ର କର୍କରା ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟାଳୟର ନାମ ଓଡ଼ିଆରେ ଲେଖିବାକୁ ଏହି ଚିଠିରେ ଉଲ୍ଲେଖ ରହିଛି । ସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ବ୍ୟବହାର କମ ହେଉଥିବାରୁ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟର ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବ୍ୟବହାର କରିବାକୁ ଉନ୍ନୟନ ଆୟୁକ୍ତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଓଡ଼ିଆରେ ସମସ୍ତ ବିଶ୍ୱବିଦ୍ୟାଳୟ ନାମଫଳକ ଲେଖିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟାଳୟର ନାମ ଓଡ଼ିଆରେ ନିର୍ଭୁଲ ଭାବରେ ଲେଖାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ପ୍ରାଦେଶିକ ଭାଷାକୁ ଗୁରୁତ୍ୱ ଦେବା ସହ ଏହାର ଗୌରବ ଓ ସମ୍ମାନ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବରୁ ଓଡ଼ିଆରେ ନାମଲେଖା ସମ୍ବନ୍ଧରେ ଜାରି କରାଯାଇଥିବା ମାର୍ଗଦର୍ଶିକା ପାଳନ ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking