40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସିଏମସି, ବିକାଶ ଭବନ, ଡିସିପି ଅଫିସ ମନା

ସିଏମସି, ବିକାଶ ଭବନ, ଡିସିପି ଅଫିସ ମନା

ଭୁବନେଶ୍ୱର: ସିଏମସି ଓ ବିକାଶ ଭବନ କାର୍ଯ୍ୟାଳୟ ୧୫ ଦିନ ପାଇଁ ଲୋକଙ୍କୁ ମନା କରାଯାଇଛି । ଏକାଧିକ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହେବାରୁ ଏଭଳି କଟକଣା ଲାଗୁ କରାଯାଇଛି । ସାଧାରଣ ଲୋକ କାର୍ଯ୍ୟାଳୟ ନ ଆସିବା ପାଇଁ ସିଏମସି ବାରଣ କରିଥିବା ସୂଚନା ମିଳିଛି । ସେହିଭଳି ଡିସିପିଙ୍କ କାର୍ଯ୍ୟାଳୟକୁ ମଧ୍ୟ ୭ ଦିନ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଡିସିପିଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ ଆକ୍ରାନ୍ତ ହେବାରୁ ଏହି କଟକଣା ଜାରି ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ହଜାରେ ହଜାରେ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ଆଜି ପୁଣି ୩୦୨୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୪୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୧୮୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୫୬୧ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking