18.1 C
Bhubaneswar
Sunday, November 24, 2024
Homeଓଡିଶାବୁଲା ବିକାଳୀ ଠାରୁ ଆଇସକ୍ରିମ ଖାଇ ୪ ଗ୍ରାମର ଅନେକ ଶିଶୁ ଓପୁରୁଷ ମହିଳା ଝାଡ଼ାବାନ୍ତିରେ...

ବୁଲା ବିକାଳୀ ଠାରୁ ଆଇସକ୍ରିମ ଖାଇ ୪ ଗ୍ରାମର ଅନେକ ଶିଶୁ ଓପୁରୁଷ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ

ଭୁବନେଶ୍ୱର: ଗତକାଲି ସେମିଳିଗୁଡା ବ୍ଲକ ର ଦୁଧାରୀ ,ଘାଟଗୁଡା, ଦୁଧାରୀ ଶୁଣ୍ଡିପୁଟ ଭଳି 4 ଗ୍ରାମରେ ସେମିଳିଗୁଡା ସହର ରୁ ବୁଲା ଆଇସ କ୍ରିମ ବିକାଳୀ ଯାଇଥିଲା ।ପ୍ରବଳ ଖରା ଯୋଗୁଁ 4 ଗ୍ରାମର ମହିଳା ପୁରୁଷ ଓ ଶିଶୁ ମାନେ ଆଇସ କ୍ରିମ ଖାଇଥିଲେ।ତେବେ ରାତ୍ର 12 ଟା ପରେ ପ୍ରାୟ ଆଇସକ୍ରିମ ଖାଇଥିବା ସମସ୍ତଙ୍କୁ ଝାଡା ଓ ପ୍ରବଳ ବାନ୍ତି ହୋଇଥିଲା ।ପ୍ରାୟ 60 ଜଣ ସୁନାବେଡା ଓ 30 ରୁ ଅଧିକ ମାଥଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି ହୋଇଥିଲେ ।

ଏବେ ବି ଗ୍ରାମରେ କିଛି ଆକ୍ରାନ୍ତ ଅଛନ୍ତି ।ତେବେ ତୁରନ୍ତ ଚିକିଛା ଯୋଗୁଁ ଅବସ୍ଥା ରେ ସ୍ଥିର ଥିବା ଜଣା ପଡିଛି ।ଖବର ପାଇଁ ଦୁଧାରି, ସମିତି ସଭ୍ୟ ପ୍ରତିନିଧି, ସୁନାମ ହନ୍ତାଳ, ସରପଞ୍ଚ, ମାଧବ ନନ୍ଦିବାଲି,ପୋଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ହସ୍ପିଟାଲ ଯାଇ,ସିସ୍ତି ଅନୁଧ୍ୟାନ କରିବାସହ ଡାକ୍ତର ଟିମକୁ ଯୋଗାଯୋଗ କରି ତୁରନ୍ତ ଚିକତ୍ସାର ବ୍ୟବସ୍ଥା ଅବଗତ କରାଇ ଥିଲେ,ପୁଣି ଖବର ପାଇଁ ସ୍ୱାସ୍ଥ୍ୟ ବିଭାଗ ଟିମ ପହଂଚି, ଘାଟଗୁଡ଼ା, ବଦଳିଗୁଡ଼ା,ଦୁଧାରି ଶୁଣ୍ଢୀପୁଟ ଏହି ଗ୍ରାମରେ ଯାଇ ଦୁଧାରି ସ୍ୱାସ୍ଥ୍ୟ କେନ୍ଦ୍ରରେ ବାକି ସମସ୍ତଙ୍କୁ ଚିକତ୍ସାର ବ୍ୟବସ୍ଥା କରାଯାଇଛି,

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking