40.1 C
Bhubaneswar
Wednesday, April 24, 2024
Homeଓଡିଶାବହୁ ସନ୍ତାନଙ୍କୁ ପିତୃ ଶୁନ୍ୟ କରିଛି କରୋନା 

ବହୁ ସନ୍ତାନଙ୍କୁ ପିତୃ ଶୁନ୍ୟ କରିଛି କରୋନା 

ନବରଙ୍ଗପୁର: ପିତାଙ୍କ ପାଇଁ ସନ୍ତାନ ମାନଙ୍କର ସବୁ ସ୍ୱପ୍ନ ସାକାର ହୋଇଥାଏ । ପିତାଙ୍କ ପାଇଁ ମା\’ ର ସିନ୍ଦୁର ଓ ସଂସାର । ପିତାଙ୍କ ପାଇଁ ବଜାରର ସବୁ ଜିନିଷ ନିଜର, ଟଙ୍କା ନୁହେଁ ପିତା ରହିବା ହିଁ ଯଥେଷ୍ଟ । ପିତା ରହିବା ମାନେ ପୁରା ଦୁନିଆଟା ପାଖରେ ରହିବ । ଧନୀ ହୋଇ ଥାନ୍ତୁ ବା ଗରିବ ତାଙ୍କ ସନ୍ତାନଙ୍କ ପାଇଁ ରାଜା ଟିଏ ହୋଇ ଥାନ୍ତି ପିତା । ରବିବାର ସବୁ ପିତା ମାନଙ୍କୁ ସୁଖ ଓ ସମ୍ମାନ ଦେବା ପାଇଁ ପାଳିତ ହେଉଛି ପବିତ୍ର ପିତୃ ଦିବସ । କିନ୍ତୁ ଆଜି ଏହାର ପରିଭାଷା ବଦଳି ଯାଇଛି । ମହାମାରି କରୋନା ବହୁ ସନ୍ତାନକୁ ପିତୃ ଶୁନ୍ୟ କରିଦେଇଛି । ସେମାନଙ୍କୁ ବେସହରା ସଜେଇ ଦେଇଛି । ଏଭଳି ବହୁ ସମସ୍ୟା ଦେଖିବାକୁ ମିଳିଛି ନବରଙ୍ଗପୁର ଜ଼ିଲ୍ଲାରେ ।

ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଆନ୍ତର୍ଗତ ତୁରୁଡି ପଞ୍ଚାୟତ ର ପିବି-୨ ଡିଏନକେ ଗ୍ରାମର ସୋପନ ହାଲଦାର କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ପରିବାରର ଏକ ମାତ୍ର ରୋଜଗାରିଆ ହେଉଛନ୍ତି ସୋପନ । ତାଙ୍କର ତିନୋଟି ସନ୍ତାନ । ବଡ଼ ଝିଅ ରିମା ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀରେ ପଢୁଛି, ପୁଅ ଜିତ ଓ ଅନୁପ ସ୍ଥାନୀୟ ସରକାରି ବିଦ୍ୟାଳୟରେ ୫( ମ)ଓ ୪ର୍ଥ ଶ୍ରେଣୀରେ ପଢ଼ନ୍ତି । ସରକାରୀ ସାହାଯ୍ୟ କେବଳ ରାସନ ମିଳେ । କୁଳିଲାଗି ଚଳନ୍ତି । ବର୍ତ୍ତମାନ ଦୁର୍ଦ୍ଦିନ ସମୟରେ ଗାଁ ର ନିହାର ମଣ୍ଡଳ, ନରେଶ ବୈରାଗୀ,ନିର୍ମଳ ମଜୁମଦାର ମିଶି ଗାଁ ରୁ କିଛି ଟଙ୍କା ସଂଗ୍ରହ କରି ଚଲିବା ପାଇଁ ଦେଇଛନ୍ତି । ସେହିପରି ବାଟିବେଡା ଆଶ୍ରମ ସ୍କୁଲ ର ସହକାରୀ ଶିକ୍ଷକ ଦୀନବନ୍ଧୁ ଜାନି(୫୦) ଓ ତାଙ୍କ ସହଧର୍ମିଣୀ କରୋନାରେ ପିଡ଼ିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ନିଜର ପିଲାମାନେ ହୋଇଗଲେ ଅନାଥ । ଗୋଟିଏ ପୁଅ ଓ ଦୁଇଟି ଝିଅ ବର୍ତ୍ତମାନ ବେସହରା । ଏହିଭଳି ଅନେକ ପିଲାଙ୍କୁ ପିତୃଶୁନ୍ୟ ଓ ଅନେକ ପରିବାରକୁ ମୁରବି ଶୁନ୍ୟ କରିଛି କରୋନା । ଚନ୍ଦାହାଣ୍ଡି ର ପ୍ରିୟଙ୍କା ଓ ସାଗରୀକାଙ୍କ ପାଖରୁ ପିତା ୨ ବର୍ଷ ତଳୁ ଚାଲିଯିବା ପରେ ଏବର୍ଷ ମାଆ ଚାଲିଗଲେ । ବେଶହରା ହୋଇଗଲେ ଦୁଇ ଭଉଣୀ । ଉଜାଡି ପଡିଲା ସେମାନଙ୍କର ଭାଗ୍ୟ ଓ ଭବିଷ୍ୟତ । ଦିନମଜୁରିଆ ଶଙ୍କର ବିଶ୍ୱାସଙ୍କ ମୃତ୍ୟୁ ପରେ ଦୁଇ ପିଲା ବେସହରା ହୋଇଛନ୍ତି । ପରିବା ବିକାଳୀ ଦୀପଙ୍କର ରାଏଙ୍କ ଭଳି ଜ଼ିଲ୍ଲାରେ ଶତାଧିକ ପରିବାରକୁ କରୋନା ମୁରବି ଶୁନ୍ୟ କରିବା ସହ ବହୁ ପିଲାଙ୍କୁ ପିତୃଶୁନ୍ୟ କରିଛି ମହାମାରି କରୋନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking