37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ ଘୋଷଣା କରିଛନ୍ତି । ଦେଶରେ ମେଡିକାଲ ବିଭାଗରେ ଅଭ୍ୟାସ କରିବା ପାଇଁ ମେଡିକାଲ ଛାତ୍ରଛାତ୍ରୀମନଙ୍କୁ ଏଣିକି ଦେବାକୁ ପଡିବ ପରୀକ୍ଷା । ନିଜ ପ୍ରଫେସନରେ ଅଭ୍ୟାସ କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ The National Exit Test (NEXT) ନେକ୍ସଟ ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡିବ । ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନ୍ୟାଶନାଲ ମେଡିକାଲ କମିଶନ ଏନଏମସି (NMC) ବୈଠକରେ ଯୋଗ ଦେଇଥିଲା । ବୈଠକରେ ଅନେକ ଆଲୋଚନା ପରେ ନେକ୍ସଟ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

୨୦୨୩ ସୁଦ୍ଧା ଏହି ପରୀକ୍ଷା ଆୟୋଜନ କରାଯିବ ନେଇ ଯୋଜନା ରଖାଯାଇଛି । ଏନଏମସି ପକ୍ଷରୁ ସୂଚନା ଦିଆଯାଇଛି ଯେ ୨୦୨୩ ଜୁନରେ ଏହି ପରୀକ୍ଷା କରାଇବାକୁ ପ୍ରସ୍ତୁତି ଚାଲିଛି । ପ୍ରଥମ ଥର ଏପରି ପରୀକ୍ଷା ହେବ ତେଣୁ ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ଚିନ୍ତାକୁ ଦୂର କରିବା ପାଇଁ ଚଳିତ ବର୍ଷ ଶେଷ ଆଡକୁ ଏକ ସମାନ ଧରଣର ପରୀକ୍ଷା କରାଯିବ । ଯୋଜନା ଅନୁଯାୟୀ ମୋଟ୍ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ । ଯେଉଁ ଛାତ୍ରଛାତ୍ରୀମାନେ ଏମବିବିଏସ ପାସ୍ କରିଥିବେ ସେମାନେ ଲାଇସେନ୍ସ ପାଇବା ପାଇଁ ଏହି ପରୀକ୍ଷା ଦେବେ । ଏଥିସହ ଏହି ମାର୍କ ପିଜିରେ ଆଡମିଶନ ବେଳେ ମଧ୍ୟ ବିଭାଗ ଚୟନ କରିବାରେ ସହାୟକ ହେବ । ଏହି ପରୀକ୍ଷା ଗୁଣାତ୍ମକ ଚିକିତ୍ସା, ସ୍ୱାସ୍ଥ୍ୟ ସେବା ନିର୍ମାଣ ପାଇଁ ସହଯୋଗ କରିବ । ତେଣୁ କେନ୍ଦ୍ର ସରକାର ଏହି ପରୀକ୍ଷା ଆୟୋଜନ କରିବା ପାଇଁ ପ୍ରତିବଦ୍ଧ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking