29.1 C
Bhubaneswar
Wednesday, April 24, 2024
Homeଓଡିଶାସରିଛି ମନରେଗାରେ କାମ, ମିଳୁନି ପ୍ରାପ୍ୟ : ୬ ମାସ ହେଲା ଦୁର୍ବିସହ ଜୀବନ କାଟୁଛନ୍ତି...

ସରିଛି ମନରେଗାରେ କାମ, ମିଳୁନି ପ୍ରାପ୍ୟ : ୬ ମାସ ହେଲା ଦୁର୍ବିସହ ଜୀବନ କାଟୁଛନ୍ତି ଶ୍ରମିକ

ଖଡ଼ିଆଳ : ସରକାର କିପରି ରାଜ୍ୟର ଗରିବ ଶ୍ରେଣୀର ଶ୍ରମିକ ନିଜ ନିଜ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଦାଦନ ଖଟି ନଯିବେ ସେନେଇ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ସେଥି ମଧ୍ୟରେ ସିଂହ ଭାଗ ଅର୍ଥ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଖର୍ଚ୍ଚ କରୁଛନ୍ତି । ଏହାର ଉଦ୍ଦେଶ୍ୟ ଶ୍ରମିକ କାର୍ଯ୍ୟ କରି ଆଠ ଦିନ ମଧ୍ୟରେ ତାଙ୍କ ପ୍ରାପ୍ୟ ପାଇ ପାରିବେ ଓ ଠକାମୀର ଶିକାର ହେବେନାହିଁ । ହେଲେ ଏହାର ବ୍ୟତିକ୍ରମ ଦେଖାଯାଇଛି ନୂଆପଡ଼ା ଜିଲ୍ଲା ସମସ୍ତ ବ୍ଲକରେ । ଏହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି ବୋଡ଼େନ ବ୍ଲକ ଖଇରା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୧୧,୪୮,୦୦୦ ଟଙ୍କାର କାର୍ଯ୍ୟ କରି ୧୫୦ ଜଣ ଶ୍ରମିକ ଏକ ଟଙ୍କା ମଧ୍ୟ ପାଇ ନଥିବା ଅଭିଯୋଗ ହୋଇଛି । କରୋନା ମହାମାରୀ ଲାଗିରହିଥିବା ସମୟରେ ପଞ୍ଚାୟତକୁ ମୋ ପୋଖରୀ ଯୋଜନାରେ ଗ୍ରାମର ବିଭିନ୍ନ ସ୍ଥାନରେ ଚାରୋଟି ପୋଖରୀ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାର୍ଯ୍ୟ ଆରମ୍ଭ ହେଲା ତଦାରଖ ଦାୟିତ୍ୱ ପ୍ରକଳ୍ପ ନିର୍ଦେଶକ ଜଳ ଭିଭାଜିକା ପ୍ରକଳ୍ପ ଖଡ଼ିଆଳ ଜରିଆରେ ମାଟି କାର୍ଯ୍ୟ ଆରମ୍ଭ ହେଲା ଗତ ତା ୧୨.୨.୨୦୨୦ରେ । ଏହି କାର୍ଯ୍ୟର କାର୍ଯ୍ୟପତ୍ର ଗ୍ରାମର ଚାରିଜଣ ବ୍ୟକ୍ତିଙ୍କ ନାମରେ ବିଭାଗ ପକ୍ଷରୁ ଦିଆଗଲା । ପ୍ରଥମ କାର୍ଯ୍ୟପତ୍ର ସଂଖ୍ୟା ୩୭- ହୀରାଧର ମାଝୀ, ତା୧୨.୨.୨୦୨୦. ପୋଖରୀ ଫାର୍ମପଣ୍ଡ ଅଟକଳ ୨,୮୭,୦୦୦ ଟଙ୍କା, ପ୍ଲଟ ନମ୍ବର ୬୭୨, ଖାତା ନମ୍ବର ୧୦୬, କିସମ ଆଟ, ଦ୍ୱିତୀୟ କାର୍ଯ୍ୟପତ୍ର ସଂଖ୍ୟା ୪୦ ଜମୁଧର ମାଝୀ, ଫାର୍ମପଣ୍ଡ ଅଟକଳ ୨,୮୭,୦୦୦ ଟଙ୍କା ପ୍ଲଟ ନମ୍ବର ୨୩୧୯, ଖାତା ନମ୍ବର ୨୯୯/୧୮୨ କିସମ ଆଟ, ତୃତୀୟ କାର୍ଯ୍ୟପତ୍ର ସୁବଳ ମାଝୀ, ଫାର୍ମପଣ୍ଡ, ଅଟକଳ ୨,୮୭,୦୦୦, ପ୍ଲଟ ନମ୍ବର ୨୨୨୫, ଖାତା ନମ୍ବର ୨୧୭, କିସମ ଆଟ, ଚତୁର୍ଥ କାର୍ଯ୍ୟପତ୍ର ସଂଖ୍ୟା ୪୯, ଫାର୍ମପଣ୍ଡ, ଅଟକଲ ୨,୮୭,୦୦୦ ଟଙ୍କା , ପ୍ଲଟ ନମ୍ବର ୨୬୧୪, ଖାତା ନମ୍ବର ୧୯୦, କିସମ ଆଟ ଏହି ଜମି ଗୁଡିକରେ ମୋ ପୋଖରୀ ଯୋଜନାର ମାଟି କାର୍ଯ୍ୟ ହେଲା । ଏହି ଚାରୋଟି ମୋ ପୋଖରୀ ଯୋଜନାର ଅଟକଳ ମିଶି ୧୧,୪୮,୦୦୦ ଟଙ୍କା ଜଳ ବିଭାଜିକା ପ୍ରକଳ୍ପର କାର୍ଯ୍ୟ ପୁଣି ଗ୍ରାମର ଚାରି ଜଣ ବ୍ୟକ୍ତି କରୁଛନ୍ତି କାର୍ଯ୍ୟ କଲେ ଟଙ୍କା ତୁରନ୍ତ ମିଳିଯିବ ବୋଲି ଗ୍ରାମ ଶ୍ରମିକଙ୍କ ଖୁସି କହିଲେ ନସରେ । ଏହି ଯୋଜନାର ମାଟି ବୋହିବା କାର୍ଯ୍ୟ ଗତ ୧୨.୦୨.୨୦୨୦ ରେ ଆରମ୍ଭ ହେଲା ଦୀର୍ଘ ଦୁଇ ମାସ ପ୍ରବଳ ଖରାରେ ମୁଣ୍ଡର ଝାଳ ତୁଣ୍ଡରେ ମାରି କାର୍ଯ୍ୟ କଲେ । କାର୍ଯ୍ୟ ଆରମ୍ଭ ସମୟରେ ବିଭାଗୀୟ ଅଧିକାରୀମାନେ ପ୍ରତ୍ୟେକ ସପ୍ତାହରେ ମାଟି କାର୍ଯ୍ୟର ଟଙ୍କା ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କାର୍ଯ୍ୟ ଶେଷ ହୋଇ ଛଅ ମାସ ବିତିଗଲା ହେଲେ ୧୫୦ ଜଣ ଶ୍ରମିକ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଟଙ୍କା ମଧ୍ୟ ପାଇନଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ଛଅ ମାସ ହେଲା ଟଙ୍କା ପାଇଁ ଶ୍ରମିକ ମାନେ ବିଭାଗୀୟ ଅଧିକାରୀମାନଙ୍କୁ ଗୁହାରି କରୁଛନ୍ତି ହେଲେ ବିଭାଗୀୟ ଅଧିକାରୀ ମାନେ ଆଜି ହେବ କାଲି ହେବ କହି ଠକୁ ଥିବା ପ୍ରକାଶ କରିଛନ୍ତି । ମାଟିକାର୍ଯ୍ୟ ଆରମ୍ଭ ହେବା ସମୟରେ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ ଲାଗି ରହିଥିବା ବେଳେ କାର୍ଯ୍ୟ କରି ଟଙ୍କା ନପାଇ ୧୫୦ ଜଣ ଶ୍ରମିକଙ୍କ ପରିବାର ବହୁ କଷ୍ଟ ଭୋଗୀ ଅସୁବିଧାର ସମ୍ମୁଖୀନ ହୋଇଥିବା ପ୍ରକାଶ କରିଛନ୍ତି । ବିଭାଗୀୟ ଅଧିକାରୀମାନଙ୍କୁ ଟଙ୍କା ପାଇଁ ଗୁହାରୀ କରିକରି ନିରାଶ ହେବା ପରେ ସ୍ଥାନୀୟ ସ୍ୱେଚ୍ଛାସେବୀ ନୂଆପଡା ଜିଲ୍ଲା ଦଳିତମଞ୍ଚ ସଭାପତି କମଳ ଚରଣ ତାଣ୍ଡିଙ୍କ ଦ୍ୱାରସ୍ଥ ହୋଇ କିପରି ବିଭାଗୀୟ ଅଧିକାରୀ ଆମ କଠୋର ପରିଶ୍ରମ କରି ମାଟି କାର୍ଯ୍ୟ କଲୋ ଟଙ୍କା ଗୁଡିକ ପାଇ ପାରିବୁ ସେନେଇ ବିଚାର କରିବାକୁ କହିଥିଲେ । କରୋନା ମହାମାରୀ ଯୋଗୁ ଲକ୍‌ଡାଉନ ପରେ ସଟ୍‌ଡାଉନ ପୁଣି ଆଗକୁ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଆସୁଛି ଏପରି ସ୍ଥିତିରେ ଯଦି ଶ୍ରମିକ କାର୍ଯ୍ୟ କରି ଟଙ୍କା ନପାଏ ତାଙ୍କର ସ୍ଥିତି କିପରି ଥିବ ତାହା ସହଜେ ଅନୁମେୟ । ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି କାହିଁକି ସରକାରୀ ଯୋଜନାରେ କାର୍ଯ୍ୟ କରି ଛଅ ମାସରୁ ଅଧିକ ସମୟ ବିତିଗଲା ୧୧,୪୮,୦୦୦ ଟଙ୍କାରୁ ଏକ ଟଙ୍କା ମଧ୍ୟ ୧୫୦ ଜଣ ଶ୍ରମିକ ପାଇ ନାହାନ୍ତି ତାର ତଦନ୍ତ କରି ତୁରନ୍ତ ବିଭାଗୀୟ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶ୍ରମିକଙ୍କ ଟଙ୍କା ତୁରନ୍ତ ଯୋଗାଇ ଦେବାକୁ ଦାବୀ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking