34.1 C
Bhubaneswar
Friday, March 29, 2024
Homeଓଡିଶାମନୀଷ ହତ୍ୟା ମାମଲା: ସତ ଓଗାଳିବେ ସାଙ୍ଗ

ମନୀଷ ହତ୍ୟା ମାମଲା: ସତ ଓଗାଳିବେ ସାଙ୍ଗ

ଭୁବନେଶ୍ୱର:  ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା ମାମଲାରେ ଗିରଫ  ୩ ଅଭିଯୁକ୍ତ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟକୁ କମିଶନରେଟ୍ ପୁଲିସ ୪ଦିନିଆ ରିମାଣ୍ଡ୍‌ରେ ନେଇଛି । ଆଉ ଏହି ସମୟରେ ଅଭିଯୁକ୍ତମାନେ ମନୀଷଙ୍କୁ କେମିତି ହତ୍ୟା କଲେ, ସେହି ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରିବ ତଦନ୍ତକାରୀ ଟିମ୍ । ସୋମବାର ଇନ୍‌ଫୋସିଟି ଥାନା ପୁଲିସର ଏକ ଟିମ୍ ଝାରପଡ଼ା ଜେଲ୍‌ରୁ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଥିଲା । ଅଭିଯୁକ୍ତଙ୍କୁ ପୁଲିସ ହେପାଜତରେ ରଖି ବିଭିନ୍ନ ଦିଗକୁ ନେଇ ଜେରା କରାଯିବ । ଗୋଟେପଟେ ଠେଲାପେଲାରୁ ମନୀଷଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି ।

ତେବେ ମନୀଷଙ୍କୁ କିଏ ଠେଲିଲା, ମୁଖ୍ୟ ଅଭିଯୁକ୍ତ କିଏ, କେଉଁଠି ଘଟଣା ଘଟିଲା, ଏଥିରେ ଆଉ କିଏ ସାମିଲ ଅଛନ୍ତି କି, ଝଗଡ଼ାର କାରଣ ହୋଟେଲ୍ ବିଲ୍ ନା ଆଉ କିଛି, ଏଭଳି ଅନେକ ଦିଗକୁ ନେଇ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବ । ଏସମ୍ପର୍କରେ ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି, ୩ଅଭିଯୁକ୍ତଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରିବ । ଆବଶ୍ୟକସ୍ଥଳେ ଯେଉଁ ଯେଉଁ ସ୍ଥାନକୁ ସେମାନେ ଯାଇଥିଲେ, ସେଠାକୁ ନିଆଯାଇ ସିନ୍ ରିକ୍ରିଏସନ୍ କରାଯିବ ।

ତଦନ୍ତରେ ଅଧିକ ପ୍ରମାଣ ଯୋଗାଡ କରିବା ସହ କୋର୍ଟରେ ବଳିଷ୍ଠ ଚାର୍ଜସିଟ୍ ପ୍ରଦାନ କରି ନ୍ୟାୟ ଦେବାରେ ସକ୍ଷମ ହେବୁ ବୋଲି ଡିସିପି କହିଛନ୍ତି । ସୂଚନା ଅନୁଯାୟୀ, ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ପୁଲିସ ଅନେକ ସ୍ଥାନରେ ଝୁଣ୍ଟିଛି । ଘଟଣାରେ ଅନ୍ୟ କେହି ଥିବା ସନ୍ଦେହ କରାଯାଉଛି । ଏମିତିକି ଚାର୍ଜସିଟ୍ କରିବା ପାଇଁ ପୁଲିସ ପାଖେ ଶକ୍ତ ପ୍ରମାଣ ମଧ୍ୟ ଲାଗିନାହିଁ ।

ତେଣୁ ଏସବୁକୁ ଧ୍ୟାନଦେଇ ଗିରଫ ୩ ଅଭିଯୁକ୍ତ ପୁଲିସ ରିମାଣ୍ଡରେ ନେଇଛି । ସେମାନଙ୍କୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ଇନ୍‌ଫୋସିଟି ଥାନା ପୁଲିସ କୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ୪ଦିନ ପାଇଁ ଅନୁମତି ଦେଇଛନ୍ତି । ସୋମବାର ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କୋର୍ଟରେ ହାଜର କରାଇ ପୁଲିସ ହେପାଜତକୁ ନେଇଛି । ସେମାନଙ୍କୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଜେରା କରାଯିବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking