37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା

ଅଗରତାଲା: ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ମାଣିକ ସାହା । ରାଜବଭନରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର‌୍ୟ୍ୟ ଶ୍ରୀ ସାହାଙ୍କୁ ତ୍ରିପୁରାର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଛନ୍ତି । ଏ ଅବସରରେ ମନ୍ତ୍ରୀ ପରିଷଦ୍ କିଛି ସଦସ୍ୟ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଇସ୍ତଫା ଦେବା ପରେ ‘ଡେଣ୍ଟାଲ୍ ସର୍ଜରିର ପ୍ରଫେସର୍‌’ ଡାକ୍ତର ମାଣିକ ସାହାଙ୍କୁ ବିଜେପି ବିଧାୟକ ଦଳର ନେତା ଭାବେ ନିଯୁକ୍ତ କରାଯାଇଥିଲା। କଂଗ୍ରେସ ପରିତ୍ୟାଗ କରି ୨୦୧୬ରେ ସାହା ବିଜେପିରେ ଯୋଗ ଦେଇଥିଲେ। ୨୦୨୦ରେ ତାଙ୍କୁ ଦଳର ମୁଖ୍ୟ ଭାବେ ନିଯୁକ୍ତି ମିଳିଥିଲା। ଶ୍ରୀ ଶାହା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଟୁଇଟ୍ କରି ଜଣାଇଥିଲେ ଯେ, ବିଧାୟକମାନଙ୍କ ସମର୍ଥନ ପତ୍ର ଧରି ସେ ରାଜଭବନ ଯାଇଥିଲେ। ସେଠାରେ ରାଜ୍ୟପାଳଙ୍କୁ ଭେଟି ସମର୍ଥନ ପତ୍ର ଦାଖଲ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking