OnaKhabar

ଓଡ଼ିଶାରେ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲା ରେ ଅଙ୍ଗନୱାଡି ଶିଶୁ ଙ୍କୁ ମିଳିବ ମାଣ୍ଡିଆ ଲଡୁ

କେନ୍ଦୁଝର : ଜିଲ୍ଲାରେ ଆଜିଠାରୁ   ଅଙ୍ଗନବାଡି କେନ୍ଦ୍ରରେ  ଶିଶୁମାନେ ଖାଇବେ ମାଣ୍ଡିଆ ଲଡୁ (“ରାଗିଲଡୁ” ) । ରାଗି ଲଡୁ ହେଉଛି ମାଣ୍ଡିଆ ରେ ତିଆରି ହୋଇଥିବା ଏକ ଲଡୁ । ୩ ରୁ ୬ ବର୍ଷ ବୟସ୍କ ଶିଶୁ ମାନଙ୍କୁ ସପ୍ତାହରେ ଅତିରିକ୍ତ ଭାବରେ ଦିଆଯିବ ୨ ଟି ମାଣ୍ଡିଆ ଲଡୁ । ପାଲିସ ଚାଉଳ ତୁଳନାରେ ରାଗି ରେ ୩୦ ଗୁଣ ଅଧିକ କ୍ୟାଲସିୟମ ଏବଂ ୪ ଗୁଣ ଅଧିକ ଲୌହସାର ରହିଥାଏ । ମାଣ୍ଡିଆ ଲଡୁରେ ମଧ୍ୟ ଅଧିକ ଫାଇବାର, ମିନେରାଲସ ଏବଂ ଆଣ୍ଟିଅକ୍ସିଡାଂଟ  ରହିଛି ।ବର୍ତମାନ କୋଭିଡ ପରିସ୍ଥିତିରେ ଅଙ୍ଗନବାଡି କେନ୍ଦ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ରାକ ରନ୍ଧା ଖାଦ୍ୟ ରାଗି ଲଡୁ ମିକ୍ସ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କ ଘରେ ଯୋଗାଇ ଦିଆଯିବ । ଘରେ ମା ମାନେ ଲଡୁ ପ୍ରସ୍ତୁତ କରି ଶିଶୁଙ୍କୁ ଖାଇବା ପାଇଁ ଦେବେ ।ଅଭିଜ୍ଞ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରାଗି ଲଡୁ ମିକ୍ସ ପ୍ରସ୍ତୁତ କରିବେ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ସଦର ବ୍ଲକ ର ୩୩୫ ଅଙ୍ଗନବାଡି କେନ୍ଦ୍ରରେ ନାମ ଲେଖାଇଥିବା ଶିଶୁମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯିବ । ପରେ ପରେ ଜିଲ୍ଲା ର ୩୨୫୭ ଟି ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ ଶିଶୁଙ୍କୁ ୧ ସେପ୍ଟେମ୍ବର  ୨୦୨୦ ରୁ ଉକ୍ତ କାର୍ଯ୍ୟକ୍ରମ ରେ ସାମିଲ କରାଯିବ ।   ଏ ସବୁ ସାଙ୍ଗରେ ଜିଲ୍ଲାରେ ମାଣ୍ଡିଆ ଚାଷ କୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାର ବହୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ଏ ସବୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ( D M F ) ରୁ ବର୍ଷରୁ ୧. ୫ କୋଟି ସହାୟତା ରାଶି ଯୋଗାଇ ଦିଆଯିବ । ଆଇ ସି ଡି ଏସ୍ କାର୍ଯ୍ୟକ୍ରମ ରେ ମାଣ୍ଡିଆ କୁ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏହା ଏକ  ଐତିହାସିକ ପଦକ୍ଷେପ ଏବଂ ଏ ଦିଗରେ କେନ୍ଦୁଝର ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ  । ମାଣ୍ଡିଆ ର ବିକେନ୍ଦ୍ରିକରଣ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟା କରଣ,,ଯୋଗାଣ, ଏବଂ ବ୍ୟବହାର କ୍ଷେତ୍ରରେ ସମଗ୍ର ଦେଶରେ ଏହା ଏକ ଅନନ୍ୟ ପଦକ୍ଷେପ ବୋଲି ଜିଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି |
– ଅନିଲ ନନ୍ଦ ଙ୍କ ରିପୋର୍ଟ

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111