39.1 C
Bhubaneswar
Tuesday, April 23, 2024
Homeଅପରାଧମଣ୍ଡଳ କମିଶନ କଥା ଉଠାଇଲେ ଶ୍ରୀକାନ୍ତ: ନବୀନଙ୍କୁ ଲେଖିଲେ ଚିଠି

ମଣ୍ଡଳ କମିଶନ କଥା ଉଠାଇଲେ ଶ୍ରୀକାନ୍ତ: ନବୀନଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି) : ଦୀର୍ଘବର୍ଷ ପରେ ପୁରୁଣା ବିବାଦୀୟ ଘଟଣାକୁ ଏବେ ଉଠାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ଯେଉଁ ମଣ୍ଡଳ କମିଶନଙ୍କୁ ନେଇ ଦେଶରେ ତଥା ଓଡ଼ିଶାରେ ମୁଣ୍ଡ ଗଡ଼ିଥିଲା ଏବେ ସେହି କଥା ପୁଣି ସେ ଉଠାଇଛନ୍ତି । ପଛୁଆ ବର୍ଗ ଓ ଦଳିତଙ୍କ ସ୍ୱାର୍ଥ ପାଇଁ ଲଢ଼ୁଥିବା ଶ୍ରୀ ଜେନା ସେତେବେଳେ ମଧ୍ୟ ମଣ୍ଡଳକମିଶନ ପ୍ରବକ୍ତା ଥିଲେ । କେନ୍ଦ୍ରରେ ଭିପି ସିଂହଙ୍କ ସରକାର ସମୟରେ ଏହି ମଣ୍ଡଳ କମିଶନ ଆସିଥିଲା । ଏହାର ପରିଣତି ବେଶ ଭୟାନକ ହୋଇଥିଲା । କିନ୍ତୁ ପଛୁଆ ବର୍ଗଙ୍କୁ ସବୁଆଡ଼େ ନ୍ୟାୟ ମିଳିପାରି ନ ଥିଲା । ବିଭିନ୍ନ ସମୟରେ ସରକାର ପଛୁଆବର୍ଗଙ୍କ କଥା ଉଠାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାକୁ ପାସୋରି ଯାଉଛନ୍ତି । ଏବେ ରାଜ୍ୟରେ ପଛୁଆବର୍ଗ କମିଶନ ଗଠନ ହେବା ପରେ ଶ୍ରୀ ଜେନା ମଣ୍ଡଳ କମିଶନ କଥା ଉଠାଇଛନ୍ତି ।
ଏ ନେଇ ଶ୍ରୀ ଜେନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଲି ଲେଖିଛନ୍ତି । ଏଥିରେ ସେ ମଣ୍ଡଳକମିଶନ ସୁପାରିସ ରାଜ୍ୟରେ ଲାଗୁ କରିବା ପାଇଁ ଉଲ୍ଲେଖ କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କ ମତ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ୨୫ ବର୍ଷ ପରେ ପଛୁଆବର୍ଗ କମିଶନ ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିରୁ ଜଣାପଡୁଛି ସେ ଶ୍ରେଣୀର ଲୋକଙ୍କ ପ୍ରତି କେତେ ଆନ୍ତରିକତା ରହିଛି । ୨୦ ବର୍ଷ ଧରି ଜାଣିଶୁଣି ଏହାକୁ ମୁଖ୍ୟମନ୍ତ୍ରୀ ବନ୍ଦ କରି ରଖିଛନ୍ତି । ଶିକ୍ଷା ଓ ଚାକିରି କ୍ଷେତ୍ରରେ ତୁରନ୍ତ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଉ । ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଂଜିନିୟରିଂ ପ୍ରଭୃତି ଉଚ୍ଚ ଶିକ୍ଷାକ୍ଷେତ୍ରରେ ୩୮.୫ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଉ । ଏହି ସଂରକ୍ଷଣ ସୁରକ୍ଷା ନ ଥିବାରୁ ୨୦ ବର୍ଷରେ ପଛୁଆ ବର୍ଗର ୧୦ ହଜାର ପିଲା ଡାକ୍ତରୀ ଓ ୨୦ ହଜାର ପିଲା ଇଂଜିନିୟରିଂ ପଢ଼ିବାରୁ ବଂଚିତ ହୋଇଛନ୍ତି । ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ କହିସାରିଲା ପରେ ସଂରକ୍ଷଣ ଦେବା ଓ ନ ଦେବା ରାଜ୍ୟ ସରକାରଙ୍କ ଅଧିକାର ଭୁକ୍ତ । ଏଣୁ ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ମତ କଣ ସେ ତାହା ଜନସାଧାରଣଙ୍କୁ ଜଣାଇବା ଦରକାର ବୋଲି ଶ୍ରୀ ଜେନା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking