39.8 C
Bhubaneswar
Thursday, April 18, 2024
Homeଓଡିଶାଚୂଆପାଣି ପିଉଛନ୍ତି ମାନକୁଣ୍ଡା ଗ୍ରାମବାସୀ

ଚୂଆପାଣି ପିଉଛନ୍ତି ମାନକୁଣ୍ଡା ଗ୍ରାମବାସୀ

ରେଢାଖୋଲ : ପାନୀୟଜଳର ସୁବିଧା ସୁଯୋଗ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରୁଛନ୍ତି । ହେଲେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସାହେବୀ ପଞ୍ଚାୟତର ମାନକୁଣ୍ଡା ଗ୍ରାମବାସୀ ସରକାରଙ୍କ ଉଦାସୀନତାରୁ କେନାଲରେ ଚୁଆ ଖୋଳି ଦୂଷିତ ପାଣି ପିଉଛନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଗ୍ରାମରେ ୧୦ଟି ଆଦିବାସୀ ପରିବାର ବସବାସ କରୁଛନ୍ତି । ଏହି ଗ୍ରାମକୁ ନାକଟିଦେଉଳ ବ୍ଲକ ସଦର ମହକୁମା ଠାରୁ ଗ୍ରାମର ଦୂରତ୍ୱ ପାଖାପାଖି ୨୦ କିଲୋମିଟର ହେବ । ପାହାଡ ଘଞ୍ଚ ଜଙ୍ଗଲ ମଧ୍ୟରେ ବହୁ ଅସୁବିଧା ଅବହେଳିତ ଅବସ୍ଥାରେ କାଳାତିପାତ କରୁଛନ୍ତି ଏହି ଗ୍ରାମର ଲୋକେ । ହେଲେ ଗ୍ରାମରେ ବହୁ ବର୍ଷ ପୂର୍ବରୁ ଗୋଟିଏ ନଳକୂପକୁ କୂଅ ଉପରେ ଚାନ୍ଦିନୀ କରି ବସେଇ ଗ୍ରାମବାସୀ ପାଣି ବ୍ୟବହାର କରୁଥିଲେ । କିନ୍ତୁ ବର୍ତ୍ତମାନ କୂଅ ପାଣି ଦୂଷିତ ହେବାରୁ ମହିଳାମାନେ ୩୦୦ ମିଟର ଦୂରରେ ଥିବା ଏକ କେନାଲରୁ ଚୁଆ ଖୋଳି ସେହି ପାଣି ପିଇବା ପାଇଁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଜୀବ ଜନ୍ତୁର ଭୟ ଥିବାରୁ ରାତିରେ ପାଣି ନେବାକୁ ଏହି କେନାଲକୁ ପାଣି ପାଇ ଆସିଥାନ୍ତି ବୋଲି ଗ୍ରାମର ମହିଳାମାନେ କହିଛନ୍ତି । ମହିଳାମାନଙ୍କ ମଧ୍ୟରେ ଜଣେ ତାର ତିନି ମାସର ଛୁଆକୁ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ପାଣି ଆଣୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ମଧ୍ୟ ମାନକୁଣ୍ଡା ଗ୍ରାମ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗ୍ରାମବାସୀ ବିକାଶର ବହୁ ଦୂରରେ ଅଛନ୍ତି । ସରକାର ବିଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ସବୁ ଗ୍ରାମରେ କହୁଥିଲେ ମଧ୍ୟ ମାନକୁଣ୍ଡା ଭଳି ଅବହେଳିତ ଗ୍ରାମ ଅଛି, ଯେଉଁ ଜାଗାକୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା କିପରି ପହଞ୍ଚି ପାରିନାହିଁ ତାହା ଚିନ୍ତାର ବିଷୟ ହୋଇପଡିଛି । ଏହି ସମସ୍ୟାଗୁଡ଼ିକ ବ୍ଲକ କର୍ତ୍ତୃପକ୍ଷଙ୍କ ନଜରରେ ନଥାଇପାରେ, କିନ୍ତୁ ପଞ୍ଚାୟତରେ ଯେଉଁମାନେ ସରକାରୀ ସ୍ତରରେ ଅଛନ୍ତି, ସେମାନେ ସମସ୍ୟାଗୁଡିକ ବିଷୟରେ ଅବଗତ ଥାଇ ମଧ୍ୟ ଚୁପ୍ ହୋଇ କାହିଁକି ରହିଥାନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଣୁ ଉକ୍ତ ଗ୍ରାମବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking