34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୩ ମାସର ଶିଶୁକୁ ନିଆଁରେ ଫିଙ୍ଗି ଦେଲା

୩ ମାସର ଶିଶୁକୁ ନିଆଁରେ ଫିଙ୍ଗି ଦେଲା

ନୂଆଦିଲ୍ଲୀ: ଶାରୀରିକ ସମ୍ବନ୍ଧ ରଖିବାରେ ବାଧା ସୃଷ୍ଟି ହେବାରୁ ୩ ମାସର ଶିଶୁକୁ ନିଆଁରେ ଫିଙ୍ଗି ଦେଇଛି ଜଣେ ବ୍ୟକ୍ତି । ଏମିତି ଅମାନବୀୟ ଘଟଣା ବିହାରର ମୁଜ୍ଜାଫରପୁର ଅଂଚଳରେ ଘଟିଛି । ଶିଶୁଟି ନିଆଁରେ ପୋଡି ହୋଇଯାଇଛି । ଶିଶୁଟିର ଗୋଡରେ ଗଭୀର କ୍ଷତ ହୋଇଛି ଏବଂ ସେ ବର୍ତମାନ ସଦର ହସ୍ପିଟାଲରେ ଚିକିତ୍ସାଧୀନ ରହିଛି । ବୋଚହନ ଥାନା ଅଂଚଳରେ ଏହା ଘଟିଛି । ମହିଳା ଜଣଙ୍କ ଘର ବାହାରେ ନିଆଁ ଜଳୁଥିବା ସ୍ଥାନରେ ବସିଥିବା ସମୟରେ ଅଭିଯୁକ୍ତ ଜଣକ ଏପରି ଜଘନ୍ୟ କାଣ୍ଡ କରିଛି । ଅଭିଯୁକ୍ତ ଜଣକ ଉକ୍ତ ମହିଳା ପାଖରେ ବସି ତାଙ୍କୁ ଯୌନ ଉତ୍ପୀଡନ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ମହିଳା ଜଣକ ଏହାକୁ ବିରୋଧ କରିଥିଲେ । ପରେ ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ଜଣକ ଶିଶୁଟିକୁ ମହିଳାଙ୍କ କୋଳରୁ ଟାଣିଆଣି ନିଆଁ ଭିତରକୁ ଫିଙ୍ଗି ଦେଇଥିଲା । ଫଳରେ ଶିଶୁଟିର ଗୋଡରେ ଆଘାତ ଲାଗିଥିଲା । ଏହି ଘଟଣା ପରେ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ଡେପୁଟି ସୁପରିଟେଣ୍ଡେଣ୍ଟ ପୋଲିସ ବୈଦନାଥ ସିଂ କହିଛନ୍ତି । ଅଭିଯୁକ୍ତ ନାମରେ ଆଇପିସି ଧାରା ୩୦୭, ୩୫୪, ୩୨୩ ଓ ୩୪୧ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଗିରଫ ହେବା ସହ ବର୍ତମାନ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking