27.1 C
Bhubaneswar
Friday, March 29, 2024
Homeଅପରାଧମୋବାଇଲ ନଦେବାରୁ ରାକ୍ଷସ ସ୍ୱାମୀ କଲା ଏମିତି

ମୋବାଇଲ ନଦେବାରୁ ରାକ୍ଷସ ସ୍ୱାମୀ କଲା ଏମିତି

ନୂଆଦିଲ୍ଲୀ: ମୁମ୍ବାଇର ଚେମ୍ବୁରୁ ଅଂଚଳରେଏକ ଅଭାବନୀୟ କାଣ୍ଡ ଘଟିଯାଇଛି । ପୋଲିସର ସୂଚନା ଅନୁସାରେ, ରବିବାର ଦିନ ଏମଏଚଏଡିସି ଅଂଚଳରେ ଜଣେ ବ୍ୟକ୍ତି ତା ଘରକୁ ପହଂଚିବା ପରେ ତା ସ୍ତ୍ରୀକୁ ମୋବାଇଲ ମାଗିଥିଲା । ହେଲେ ତା ସ୍ତ୍ରୀ ମୋବାଇଲ ଦେବାକୁ ମନା କରିଦେବାରୁ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଗାଳିଗୁଳଜ କରିଥିଲେ । ସେ ବାରମ୍ବାର ତାକୁ ଫୋନ ମାଗୁଥିଲା । ହେଲେ ରାତି ଅଧିକ ହୋଇଥିବାରୁ ସ୍ତ୍ରୀ ତାଙ୍କୁ ପାଟି ନକରି ଶୋଇବାକୁ କହିଥିଲେ । ହେଲେ ସେ ଏଥିରେ ଅଧିକ ରାଗିଯାଇ ପାଖରେ ଥିବା ଛୁରୀରେ ତାକୁ ଆକ୍ରମଣ କରିଥିଲେ । ତା ସ୍ତ୍ରୀ ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଶାସକ୍ତ ନର ରାକ୍ଷସ କବଳରୁ ବର୍ତିପାରିନଥିଲେ । ଆକ୍ରମଣ ଏତେ ମାତ୍ରାରେ ହୋଇଥିଲା ଯେ, ଶେଷରେ ଘଟଣାସ୍ଥଳରେ ହିଁ ଆଖି ବୁଜିଦେଇଥିଲେ ପୀଡିତା ।
ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ଅଭିଯୁକ୍ତ ଜଣକ ପୋଲିସ କବଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା । ହେଲେ ପାଖ ପଡୋଶୀ ଓ କିଛି ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ସେ ଖସିପାରିନଥିଲା । ପୋଲିସ ଆହୁରି ମଧ୍ୟ ସୂଚନା ଦେଇଛି ଯେ, ମୃତ ମହିଳା ଜଣକ ଅଭିଯୁକ୍ତର ଦ୍ୱିତୀୟ ପତ୍ନୀ ଥିଲେ । ବର୍ତମାନ ପୋଲିସ ଧାରା ୩୦୨ ଆଧାରରେ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking