24.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗ ସମୟର ପଶାପାଲି: ପେଟପାଟଣା ପାଇଁ ଗଛ ଆଶ୍ରୟରେ ବ୍ୟବସାୟୀ!

 ସମୟର ପଶାପାଲି: ପେଟପାଟଣା ପାଇଁ ଗଛ ଆଶ୍ରୟରେ ବ୍ୟବସାୟୀ!

ରାଉରକେଲା: କଥାରେ ଅଛି  ପେଟ ପୋଷ୍ ନାହିଁ ଦୋଷ୍ । ଏଣୁ  ପ୍ରତ୍ୟେକ ବ୍ୟକ୍ତି ସତ ଉପାୟରେ ଯେକୌଣସି କାର୍ଯ୍ୟ ସମ୍ପାଦନ କରି ନିଜ ପରିବାରର ଗୁଜୁରାଣ ମେଂଟାଇବାକୁ ପ୍ରୟାସ ଜାରି ରଖିଥାଏ । ମାତ୍ର ସମୟର ପଶାପାଲିରେ ବ୍ୟକ୍ତି ଜଣଙ୍କୁ ନାନାଦି ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପଡ଼ିଥାଏ । ଏବେ ଏପରି ଘଟଣା ଦେଖିବାକୁ ମିଳିଛି, ଯହାକି ସମସ୍ତଙ୍କୁ ହତଚକିତ କରିଛି ।
ସୁଦୂର ଉତରପ୍ରଦେଶ ରାଜ୍ୟର ଆହ୍ଲାବାଦରୁ କିଛି କୁକୁଡ଼ା ବ୍ୟବସାୟୀ କୁକୁଡ଼ା ବ୍ରିକି କରିବା ଉଦ୍ଦେଶ୍ୟରେ ଓଡ଼ିଶା ମୁହାଁ ହୋଇଛନ୍ତି । ଯାତ୍ରା ପଥରେ ବିଭିନ୍ନ ଜାଗାରେ ସେମାନଙ୍କୁ ବିଶ୍ରାମ ପାଇଁ ଅଟକିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି ବ୍ୟବସାୟୀ ଛୋଟେଇ ସୋନକର । ତାଙ୍କ ସହିତ ଅଛନ୍ତି ତାଙ୍କର ଅନ୍ୟ ଦୁଇ ସହଯୋଗୀ ବେପାରୀ ଛୋଟୁ ସୋନକର ଓ ଗୁଡ଼ୁ ସୋନକର । ବର୍ତମାନ ସମୁଦାୟ ୫ ଜଣ କୁକୁଡ଼ା ବ୍ୟବସାୟୀଙ୍କୁ ଲାଠିକଟା ବ୍ଲକର ତୁରିବେର୍ଣ୍ଣା ଛକ ଠାରୁ କିଛି ଦୂରରେ ଦେଖିବାକୁ ମିଳିଥିଲା । ଏକ ଅଜଣା ସ୍ଥାନରେ ପହଂଚିବା ପରେ କୌଣସି ଜାଗାରେ ମୁଣ୍ଡ ଗୁଂଜିବାକୁ ଆଶ୍ରୟ ନଥିବାରୁ ଏକ ଆମ୍ବଗଛ ମୂଳେ ପଲିଥିନ ବାନ୍ଧି ସେମାନେ କଷ୍ଟମଷ୍ଟେ ରହିଥିବା ଦେଖିବାକୁ ମିଳିଛି । କୁକୁଡ଼ା ବ୍ରିକୟ କରି ପେଟ ପାଇଁ ଦୁଇ ମୁଠା ଦାନା ଯୋଗାଡ଼ କରୁଛନ୍ତି ଏହି ବାହାର ରାଜ୍ୟର ବ୍ୟବସାୟୀ । ଏହି କୁକୁଡ଼ା ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଏଭଳି  ପ୍ରଜାତିର କୁକୁଡ଼ା ଗିନି କୁକୁଡ଼ା । ଯାହାର ରଙ୍ଗ  ସାମାନ୍ୟ କଳା । ଏହି କୁକୁଡ଼ା ମାନଙ୍କ ପ୍ରଧାନ ଖାଦ୍ୟ ଧାନ, ଚାଉଳ, ବାଜରା ଓ ଗହମ ହୋଇଥାଏ । ଗୋଟିଏ  ମାଈ କୁକୁଡ଼ା ୬ ମାସରେ ପ୍ରାୟ ୧୫୦ରୁ ୨୦୦ଟି ଅଣ୍ଡା ଦେଇଥାଏ । ୨ ଯୋଡ଼ା କୁକୁଡ଼ାର ମୂଲ୍ୟ ୫୦୦ରୁ ୬୦୦ ଟଙ୍କା ରଖିଛନ୍ତି ଆହ୍ଲାବାଦର ଏହି କୁକୁଡ଼ା ବ୍ୟବସାୟୀ । ଅପରପକ୍ଷରେ ଗତ କିଛି ଦିନ ହେଲା ହାଡଭଙ୍ଗା ଶୀତ ଏମାନଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇଛି । ଦିନବେଳା ଏଣେତେଣେ ବୁଲି କୁକୁଡ଼ା ବିକ୍ରି କରୁଥିବା ବେଳେ, ରାତ୍ରି ସମୟରେ ଏହି ବ୍ୟବସାୟୀ ମାନଙ୍କୁ ବହୁ କଷ୍ଟରେ ଗଛ ତଳେ ଆଶ୍ରୟ ନେବାକୁ ପଡୁଛି । ଗଛ ପାଲଟିଛି ଏହି ବ୍ୟବସାୟୀ ମାନଙ୍କର ବିପଦର ବନ୍ଧୁ । ନିଜକୁ ତଥା ସାଙ୍ଗରେ ଆଣିଥିବା କୁକୁଡ଼ା ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ବ୍ୟବସାୟୀ ମାନଙ୍କୁ ପ୍ରତିଦିନ ଜଣେ ପାଳି କରି ରାତିରେ ଅନିଦ୍ରା ହୋଇ ପହରା ଦେଉଛନ୍ତି । ଅନ୍ଧାର ରାତିରେ ବିଭିନ୍ନ ଜୀବଜନ୍ତୁ ଓ ସର୍ପ ଭୟ ରହିବା ସ୍ୱାଭାବିକ । ଏଣୁ ପେଟପାଇଁ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଏହି ଗିନି ଶ୍ରେଣୀୟ କୁକୁଡ଼ା ବ୍ରିକୟ କରୁଥିବା ବାହାର ରାଜ୍ୟର ବ୍ୟବସାୟୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking