37.1 C
Bhubaneswar
Thursday, March 28, 2024
Homeଓଡିଶାନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କଟକ : ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଅର୍ଜୁନ ପୃଷ୍ଟିକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ । କଟକ ସ୍ୱତନ୍ତ୍ର ପକସୋ ଅଦାଲତ ଦୋଷୀକୁ ସଶ୍ରମ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୭ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ସେହିପରି ପୀଡ଼ିତା ନାବାଳିକାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ କ୍ଷତିପୂରଣ ଅର୍ଥ ଦିଆଯିବ । ୨୦୧୮ ମସିହା ନଭେମ୍ବରରେ କଟକ ସିଡିଏ ଅଞ୍ଚଳରେ ନାବଳିକା ଛାତ୍ରୀଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଥିଲା । ସେତେବେଳେ ପୀଡ଼ିତା ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଅପହରଣକାରୀମାନେ ପୀଡ଼ିତାଙ୍କୁ ପ୍ରଥମେ ଭୁବନେଶ୍ୱର ଓ ପରେ ମୟୂରଭଞ୍ଜ ଗିରିଆ ଅଞ୍ଚଳରେ ନେଇ ରଖିଥିଲେ । ଏହି ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking