28.1 C
Bhubaneswar
Saturday, November 23, 2024
Homeଅପରାଧନିର୍ବନ୍ଧ ଭାଙ୍ଗିବା ପାଇଁ ବର ପାଖକୁ କନ୍ୟାର ଆପତ୍ତିଜନକ ଫଟୋ ପଠାଇଲା ଯୁବକ; ତାପ’ରେ କ’ଣ...

ନିର୍ବନ୍ଧ ଭାଙ୍ଗିବା ପାଇଁ ବର ପାଖକୁ କନ୍ୟାର ଆପତ୍ତିଜନକ ଫଟୋ ପଠାଇଲା ଯୁବକ; ତାପ’ରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ପାଟନା: ନିର୍ବନ୍ଧ ଭାଙ୍ଗିବା ପାଇଁ ଜାଲ୍ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ ଖୋଲି ବର ଓ ବରଘର ଲୋକଙ୍କ ପାଖକୁ ଅସଭ୍ୟ ମେସେଜ୍ ଓ କମ୍ପ୍ୟୁଟର୍ ସାହାଯ୍ୟରେ ପ୍ରସ୍ତୁତ କରାଯାଇଥିବା କନ୍ୟାର ଆପତ୍ତିଜନକ ଫଟୋ ପଠାଇଥିବା ବିହାରର ଜଣେ ୧୯ ବର୍ଷିୟ ତରୁଣଙ୍କୁ ଗିରଫ କରାଯାଇଛି ବୋଲି ଆଜି ପୁଲିସ କହିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ହେଉଛନ୍ତି ବିହାରର ମକର ଶରଣ ନିବାସୀ ଶୁଭମ୍ କୁମାର । ମାର୍ଚ ୨୦ ତାରିଖ ଦିନ ଜଣେ ଯୁବତୀ ଅଭିଯୋଗ କରିଥିଲେ କି, ତାଙ୍କ ଭାବୀ ବର ଓ ତାଙ୍କ ପରିବାର ଲୋକେ ଗୋଟାଏ ଜାଲ୍ ସାମାଜିକ ଗଣମାଧ୍ୟମ ‘ଆଇଡି’ରୁ ‘ମର୍ଫଡ୍‌’ ଫଟୋ ଓ ଅଶ୍ଳୀଳ ବାର୍ତ୍ତା ପାଉଛନ୍ତି । ଫଳରେ ତାଙ୍କ ବାହାଘର ନିର୍ବନ୍ଧ ଭାଙ୍ଗିଯାଇଛି ।

ତଦନ୍ତ କରି ପୁଲିସ ଜାଣିଲା ଯେ, ଶୁଭମ୍ କୁମାର ଜାଲ୍ ‘ଆଇଡି’ କରି ସେମାନଙ୍କ ପାଖକୁ ଏସବୁ ପଠାଉଛି । ଦ୍ୱାରକାର ଡେପୁଟି ପୁଲିସ କମିସନର୍ ଏମ୍‌. ହର୍ଷ ବର୍ଦ୍ଧନ କହିଛନ୍ତି, ଶୁଭମ୍‌ଙ୍କୁ ମୁଜାଫର ପୁରରୁ ଗିରଫ କରାଯାଇଛି । କୁମାର କହୁଛି କି, ଯୁବତୀଙ୍କ ଭାଉଜ ସହିତ ତାଙ୍କର ସମ୍ପର୍କ ଅଛି । କୌଣସି ପାରିବାରିକ କାରଣରୁ ଏହି ନିର୍ବନ୍ଧ ଭାଙ୍ଗି ଦେବା ପାଇଁ ଭାଉଜ ହିଁ ତାଙ୍କୁ କହିଥିଲେ । ତେଣୁ, ଝିଅକୁ ବଦନାମ କରିବା ଲାଗି ସେ ଜାଲ୍ ‘ଆଇଡି’ କରି ବରଘରକୁ ଅଶ୍ଳୀଳ ବାର୍ତ୍ତା ଓ ‘ମର୍ଫଡ୍‌’ ଫଟୋ ପଠାଉଥିଲେ । ତାଙ୍କ ମୋବାଇଲ୍ ଫୋନ୍‌ରୁ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି। ଭାଉଜ ଯାହା କହିଛନ୍ତି ବୋଲି ଶୁଭମ୍ କହୁଛି, ସେ ବିଷୟରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ବୋଲି ‘ଡିସିପି’ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking