30 C
Bhubaneswar
Tuesday, April 16, 2024
Homeଅପରାଧକନ୍ୟାସନ୍ତାନ ଜନ୍ମ ହେବାରୁ ସ୍ତ୍ରୀ ଓ ଦୁଇ ଝିଅ ସାଥିରେ ଏପରି କଲା ବାପା....

କନ୍ୟାସନ୍ତାନ ଜନ୍ମ ହେବାରୁ ସ୍ତ୍ରୀ ଓ ଦୁଇ ଝିଅ ସାଥିରେ ଏପରି କଲା ବାପା….

ମଧ୍ୟପ୍ରଦେଶ : ପିଶାଚ ବାପା ପୁତ୍ର ମୋହରେ କର୍ତ୍ତବ୍ୟ ଭୁଲି କଂସେଇ ସାଜିଲା । କନ୍ୟା ସନ୍ତାନ ଜନ୍ମ ହେବାରୁ ସ୍ତ୍ରୀ ସହିିତ ଦୁଇ କୁନି ଝିଅକୁ କୂଅକୁ ଠେଲିଦେଲା । ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ୪୨ ବର୍ଷୀୟ ଜଣେ ଯୁବକ ଘରେ ପୁଣି ଥରେ ଝିଅ ଜନ୍ମ ହେବାରୁ ରାଗ ଜରଜର ହୋଇ ଏପରି କାଣ୍ଡ ଘଟାଇଛି । ଫଳରେ ଆଠ ବର୍ଷୀୟ କୁନି ଝିଅ କୂଅରେ ବୁଡି ପ୍ରାଣ ହରାଇଛି । ଅନ୍ୟପଟେ ମହିଳାଙ୍କ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଓ ତାଙ୍କର କୁନି ଝିଅକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

ଛତରପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ପାଖାପାଖି ୮୦ କିମି ଦୂର ଚନ୍ଦଲା ପୁଲିସ ଥାନା ଅଞ୍ଚଳରେ ଏପରି ଅଘଟଣ ଘଟିଛି । ଜଣେ ବାପା ପୁଅ ଆଶା ରଖିଥିବା ବେଳେ ଝିଅ ଜନ୍ମ ହେବାରୁ ବର୍ବର କାଣ୍ଡ ଘଟାଇବାକୁ ପଛାଇନି । ନିଜର କର୍ତ୍ତବ୍ୟ ଭୁଲି ଝିଅକୁ ରକ୍ଷା କରିବା ପରିବର୍ତ୍ତେ ନିଜେ ହିଁ ନିଜ ଝିଅର ହତ୍ୟାକାରୀ ସାଜିଛି । ମୃତକଙ୍କ ମା’ ବେଟି ୟାଦବ ପୋଲିସରେ ଏନେଇ ଅଭିଯୋଗ କରିଛିନ୍ତି । ତିନି ମାସ ପୂର୍ବରୁ ଦ୍ୱିତୀୟ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ବେଟି ୟାଦବ । ଫଳରେ ସ୍ୱାମୀ ରାଜାଭେୟା ୟାଦବ ସ୍ତ୍ରୀ ଉପରେ ସନ୍ତୁଷ୍ଟ ନଥିଲେ । ପ୍ରତିଦିନ ମାରପିଟ୍ କରବା ସହ ମାନସିକ ନିର୍ଯାତନା ଦେଉଥିଲା । ନିର୍ଯାତନା ଅସହ୍ୟ ହେବାରୁ ଝିଅଙ୍କୁ ଧରି ବାପ ଘରକୁ ଚାଲି ଯାଇଥିଲେ ବେଟି ୟାଦବ ।

ସୂଚନା ଅନୁଯାୟୀ, ରାଜାଭେୟା ୟାଦବ ଶ୍ୱଶୁର ଘରକୁ ଯାଇ ସ୍ତ୍ରୀ ଓ ଝିଅଙ୍କୁ ଧରି ଫେରୁଥିଲା । ଝିଅ ହୋଇଥିବା କହି ରାସ୍ତାରେ ସ୍ତ୍ରୀକୁ ଗାଳି ମଧ୍ୟ କରିଥିଲା । ତେବେ ଘରକୁ ଫେରୁଥିବା ସମୟରେ ନିଜ ଗାଁ ଅଭିମୁଖେ ନଯାଇ ପେଡାଶୀ ଗାଁରେ ଥିବା ଏକ କୂଅ ନିକଟକୁ ବାଇକ୍ ନେଇ ଯାଇଥିଲା । ଏବଂ ସେଠାରେ ସ୍ତ୍ରୀ ଓ ଦୁଇ ଝିଅକୁ ଠେଲି ଦେଇଥିଲା । ପୋଲିସ ଅଧିକାରୀଙ୍କ ଅନୁସାରେ, କୂଅରେ ବୁଡି ଆଠ ବର୍ଷର ଝିଅ ପ୍ରାଣ ହରାଇଛି । ଅଭିଯୁକ୍ତଙ୍କ ସ୍ତ୍ରୀ ପହଁରି ଜାଣିଥିବାରୁ, କୌଣସିି ପ୍ରକାରେ କୁନି ଝିଅକୁ ରକ୍ଷା କରିଥିଲେ ।

କୂଅରୁ ବାହାରିବା ପାଇଁ ଚେଷ୍ଟା କରୁଥିବା ସମୟରେ ପୁଣି ପଥରରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ଫଳରେ ବେଟି ୟାଦବଙ୍କ ମୁଣ୍ଡରେ ଗଭୀର ଆଘତ ଲାଗିଛି । ଅନ୍ୟପଟେ ମହିଳାଙ୍କ ଡାକ ଶୁଣି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଓ କୁନି ଝିଅକୁ କୂଅରୁ ବାହାର କରିଥିଲେ । ଅଭିଯୋଗ ଆଧାରରେ ଅଭିଯୁକ୍ତ ଙ୍କବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାର ତଦନ୍ତ ଜାରି ରଖି ଦୋଷୀକୁ ଖୋଜୁଛି ପୋଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking